ନୂଆଦିଲ୍ଲୀ : ଏକ ଜାତୀୟ ନ୍ୟୁଜ୍ ଚ୍ୟାନେଲକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାକ୍ଷାତକାର । ଓଡ଼ିଆ ଅସ୍ମିତା ଓ ଭାଷା ପ୍ରତି ବିପଦ ରହିଛି। ଓଡ଼ିଶାର ସାଂପ୍ରତିକ ସ୍ଥିତିରେ ଏହାର ଭାଷା ଓ ଅସ୍ମିତା କିଭଳି ବିପଦରେ ପଡ଼ିଛି ତାହା ସମସ୍ତେ ଜାଣୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଯେ ନିଜ ଭାଷା ଓ ଗୌରବ ପ୍ରତି ଆସିଥିବା ବିପଦକୁ ଓଡ଼ିଶାବାସୀ ଅଧିକ ଦିନ ବରଦାସ୍ତ କରିବେ ବୋଲି ମୁଁ ଭାବୁନାହିଁ। ବିଜେପି କାହିଁକି ବିଜେଡିରୁ ଅଲଗା ହେଲା ବୋଲି କରାଯାଇଥିବା ପ୍ରଶ୍ନର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଜୁ ଜନତା ଦଳ ପ୍ରସଙ୍ଗକୁ ଆଧାର କରି ଆମକୁ ସମର୍ଥନ କରୁଥିଲା। ଆହୁରି ଅନେକ ଦଳ ମଧ୍ୟ ଆମକୁ ପ୍ରସଙ୍ଗ ଭିତ୍ତିକ ସମର୍ଥନ ଦେଉଛନ୍ତି। ରାଜ୍ୟରେ ବିଜେଡି ସହ ଆମର ସମ୍ପର୍କ ଭିନ୍ନ। ଓଡ଼ିଶା ପ୍ରାକୃତିକ ସମ୍ପଦରେ ସମୃଦ୍ଧ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଜ୍ୟ ଏତେ ସମୃଦ୍ଧ ଯେ ଏହା ଏକ ନମ୍ବର ରାଜ୍ୟ ହେବା କଥା, କିନ୍ତୁ ଏବେ ଓଡ଼ିଶାର ସ୍ଥିତି କ’ଣ ତାହା ଆମେ ସମସ୍ତେ ଦେଖୁଛୁ। ଏଭଳି ସ୍ଥିତିରେ ଆମକୁ ଓଡ଼ିଶାର ସେବା କରିବାର ସୁଯୋଗ ମିଳିବା ଉଚିତ ବୋଲି ସେ କହିଛନ୍ତି। ଓଡ଼ିଶାବାସୀଙ୍କ ସେବା ପାଇଁ ବିଜେପିକୁ ସୁଯୋଗ ମିଳିଲେ ଆମ ରାଜ୍ୟକୁ ବିକାଶର ଶୀର୍ଷରେ ପହଞ୍ଚାଇବୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିଜେପିର ଅନେକ ନେତା ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଏହି ବୟାନ ଚର୍ଚ୍ଚାରେ ରହିଛି।
ଓଡିଶାର ଅସ୍ମିତା ଏବଂ ଭାଷା ବିପଦରେ ଥିବା କହିଲେ ମୋଦି
Facebook
Twitter
LinkedIn
Facebook
Twitter
LinkedIn
Recent News
ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ
ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...
ଛାଡପତ୍ର ପରେ ଦ୍ୱିତୀୟ ବିବାହ କଲେ ସମନ୍ଥା
ବ୍ୟୁରୋ : ଛାଡପତ୍ରର ୪ ବର୍ଷ ପରେ ଅଭିନେତ୍ରୀ ସମନ୍ଥା ଦେଲେ ଖୁସି ଖବର ।ପ୍ରେମିକ ରାଜଙ୍କୁ କଲେ ଦ୍ୱୀତାୟ ବିବାହ । ଏନେଇ ସୋସିଆଲ ମିଡିଆରେ...
ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ
ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...
କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...











