ନୂଆଦିଲ୍ଲୀ : ସଂସଦର ଶୀତ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋାଦିଙ୍କ ସମ୍ବୋଧନ । ପରାଜୟର ନିରାଶାରୁ ବିରୋଧିଙ୍କୁ ବାହାରିବାକୁ ଅପିଲ କଲେ ମୋଦି ।କିଛି ବିରୋଧୀ ଦଳ ସେମାନଙ୍କ ପରାଜୟକୁ ହଜମର କରିପାରୁନାହାନ୍ତି । ପରାଜୟର ସବୁ ରାଗ, କ୍ରୋଧ ସେମାନେ ସଂସଦରେ ଆସି ସୁଝାନ୍ତି । ପରାଜୟର ଭୟ ଏଠି ବିତର୍କର କ୍ଷେତ୍ର ନ ହେଉ । ଡ୍ରାମା କରିବାକୁ ଅନେକ ସ୍ଥାନ ଅଛି , ଏଠି ଡ୍ରାମା ନୁହେଁ ଡେଲିଭରି ଆବଶ୍ୟକ । ସେହିପରି ନାରାବାଜୀ ପାଇଁ ମଧ୍ୟ ଅନେକ ସ୍ଥାନ ଅଛି । ଏଠି ନାରାବାଜୀ ନୁହେଁ ନୀତି ଓ ଦେଶ ଗଠନରେ ସକାରତ୍ମକ ଭୂମିକା ଆବଶ୍ୟକ ।
ପ୍ରଧାନମନ୍ତ୍ରୀ କହିଛନ୍ତି, “ମୁଁ ବହୁତ ଦିନ ଧରି ଚିନ୍ତିତ ଯେ ସମସ୍ତ ଦଳର ସାଂସଦ, ଖାସ୍ କରି ଯେଉଁମାନେ ପ୍ରଥମ ଥର ପାଇଁ ଗୃହକୁ ନିର୍ବାଚିତ ହୋଇଛନ୍ତି କିମ୍ବା ଯେଉଁମାନେ ଯୁବ, ସେମାନେ ବହୁତ ଦୁଃଖିତ। ସେମାନଙ୍କୁ ସେମାନଙ୍କର କ୍ଷମତା ପ୍ରଦର୍ଶନ କରିବାର କିମ୍ବା ସେମାନଙ୍କ ଅଞ୍ଚଳର ସମସ୍ୟା ବିଷୟରେ କହିବାର ସୁଯୋଗ ମିଳୁନାହିଁ। ସେମାନେ ଯେଉଁ ଦଳର ହେଉନା କାହିଁକି, ଆମେ ଆମର ନୂତନ ପିଢ଼ିର ଯୁବ ସାଂସଦମାନଙ୍କୁ ସୁଯୋଗ ଦେବା ଉଚିତ। ତେଣୁ ମୁଁ ଅନୁରୋଧ କରିବି ଯେ ଆମେ ଏହି ଜିନିଷଗୁଡ଼ିକୁ ଗମ୍ଭୀରତାର ସହ ନେବା। ନାଟକ ପାଇଁ ବହୁତ ସ୍ଥାନ ଅଛି, ଯିଏ ଏହା କରିବାକୁ ଚାହୁଁଛି ସେ ଏହା କରିବା ଉଚିତ।”
ସୂଚନାଯୋଗ୍ୟ ଯେ, ଶୀତକାଳୀନ ଅଧିବେଶନ ଡିସେମ୍ବର ୧ ରୁ ଡିସେମ୍ବର ୧୯ ପର୍ୟ୍ୟନ୍ତ ଚାଲିବ । ଏହି ୧୯ ଦିନିଆ ଅଧିବେଶନରେ ୧୫ ଟି ବୈଠକ ହେବ। ଏହି ସମୟ ମଧ୍ୟରେ ପରମାଣୁ ଶକ୍ତି ବିଲ୍ ସମେତ ଦଶଟି ନୂତନ ବିଲ୍ ଆଗତ ହେବାର ଆଶା କରାଯାଉଛି ।
ସଂସଦ ଡ୍ରାମା, ନାରାବାଜୀ ସ୍ଥାନ ନୁହେଁ : ମୋଦି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











