The Ultimate Managed Hosting Platform
ADVERTISEMENT

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

Facebook
Twitter
LinkedIn

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ ରୋଡୱେଜ୍ ବସ୍ ପଛରୁ ଏକ ଟେମ୍ପୋ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ମୃତ୍ୟୁ ହୋଇଥିବା ୬ ଜଣ ଗୋଟିଏ ପରିବାରର ସଦସ୍ୟ ବୋଲି ସ୍ପଷ୍ଟ କରିଛି ପୋଲିସ । ଏଥିସହ ଏହି ଦୁର୍ଘଟଣାରେ ଆହତ ହୋଇଥିବା ୫ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିନ୍ତୁ ସେମାନଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳୁଛି ।
ସୂଚନାନୁଯାୟୀ, ଟେମ୍ପୋରେ ଥିବା ଲୋକମାନେ ରଫତପୁରରୁ ଏକ ମ୍ୟାରେଜ୍ ପାର୍ଟିକୁ ଯାଉଥିବାବେଳେ କଟଘର ଥାନା ଅଞ୍ଚଳର ରଫତପୁର ଅଣ୍ଡରପାସ୍ର ଜିରୋ ପଏଣ୍ଟ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ମୃତକମାନଙ୍କ ପରିଚୟ ଚିହ୍ନଟ କରିଛି ପୋଲିସ । ସମସ୍ତେ ମୋଟିଏ ପରିବାରର ଏବଂ କୁଣ୍ଡାରକି ଅବଦୁଲ୍ଲାପୁର ଗାଁର ବାସିନ୍ଦା ବୋଲି ପୋଲିସ ସୂତ୍ରରୁ ଜଣାପଡିଛି । ଅନ୍ୟ ୫ ଜଣ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କ ଚିକିତ୍ସା ପାଇଁ ସେମାନଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login