ନୂଆଦିଲ୍ଲୀ ; ପାକିସ୍ତାନ ସୀମାବର୍ତ୍ତି ୪ ରାଜ୍ୟରେ ଆସନ୍ତାକାଲି ପୁଣି ହେବ ମକଡ୍ରିଲ । କଶ୍ମୀରଠୁ ନେଇ ଗୁଜରାଟ, ପଞ୍ଜାବ, ରାଜସ୍ଥାନ ଭଳି ରାଜ୍ୟରେ ଏହି ମକଡ୍ରିଲ କରାଯିବ । ଏହି ସମୟରେ ଲୋକଙ୍କୁ ସତର୍କ ରହିବାକୁ ସୂଚନା ଦିଆଯାଇଛି । ଜମ୍ମୁ-କଶ୍ମୀର, ପଞ୍ଜାବ, ରାଜସ୍ଥାନ ଓ ଗୁଜୁରାଟରେ ମକଡ୍ରିଲ କରିବାକୁ ଆଦେଶ ଦେଇଛନ୍ତି ସରକାର ।
ଏହି ୪ ରାଜ୍ୟର ସୀମା ପାକିସ୍ତାନକୁ ଲାଗି ରହିଛି । ତେଣୁ ଏହି ମକଡ୍ରିଲ ବେଶ୍ ଗୁରତ୍ବ ବହନ କରୁଛି । ଏହା ପୂର୍ବରୁ ମଧ୍ୟ ପାକିସ୍ତାନ ସହ ବଢୁଥିବା ଉତ୍ତେଜନା ଭିତରେ କେନ୍ଦ୍ର ସରକାର ମେ ୭ ତାରିଖରେ ଦେଶର ୨୪୪ ଜିଲ୍ଲାରେ ମକଡ୍ରିଲ କରିବାକୁ ଏଲାନ କରିଥିଲେ । କିନ୍ତୁ ମେ ୬-୭ ତାରିଖରେ ଭଆରତ ଅପରେସନ ସିନ୍ଦୂର ଲଞ୍ଚ କରିଥିଲା । ୨୫ ମିନିଟ ପର୍ୟନ୍ତ ଚାଲିଥିବା ଏହି ଅପରେସନରେ ଭାରତୀୟ ସେନା ପାକିସ୍ତାନ ଓ ପିଓକେରେ ୯ ଆତଙ୍କୀ ସଙ୍ଗଠନକୁ ଧ୍ବଂସ କରିଥିଲା ।
Views: 84











