କଟକ : ଜଗତପୁର ନିକଟରେ ମହାନଦୀ ବ୍ରିଜ ଉପରୁ ଖସିପଡିଲେ ଯୁବକ । ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ଏସସିବି ମେଡିକାଲରେ ଭର୍ତ୍ତି । ବାଇକକୁ ଟ୍ରକ ସାଇଡ ମାରିବାରୁ ବ୍ରିଜରୁ ତଳକୁ ଖସି ପଡିଥିଲେ ଯୁବକ । ତାଙ୍କ ଘର ଛତିଆ ଅଞ୍ଚଳର ବୋଲି ଜଣାପଡିଛି । ଚାଉଳିଆଗଞ୍ଜର ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଯୁବଙ୍କୁ ଉଦ୍ଧାର କରିବା ସହ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ଯୁବକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି ବୋଲି ସୂଚନା ମିଳିଛି ।
Views: 28