ଭୁବନେଶ୍ୱର : ଆଜି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ନବୀନ ପଟ୍ଟନାୟକ ୭୯ ବର୍ଷ ବୟସରେ ପାଦ ଦେଇଛନ୍ତି । ଏଥର ନିଜ ଜନ୍ମଦିନକୁ ସେ ଭିନ୍ନ ଢଙ୍ଗରେ ପାଳନ କରିବେ। ଜନ୍ମଦିନରେ ବିଜେଡିର ଜନସଂପର୍କ ପଦଯାତ୍ରାରେ ଯୋଗଦେବେ। ନୂଆପଡ଼ା ଉପ ନିର୍ବାଚନ ପୂର୍ବରୁ ନବୀନ ଗ୍ରାଉଣ୍ଡକୁ ଓଲାଇଛନ୍ତି । ଏକାମ୍ର ନିର୍ବାଚନମଣ୍ଡଳୀ ଗଙ୍ଗନଗରରେ ଥିବା ବିଜୁ ଆଦର୍ଶ କଲୋନୀରୁ ବାହାରିବ ପଦଯାତ୍ରା । ଏଥିରେ ଯୋଗ ଦେଇ କର୍ମୀମାନଙ୍କୁ ଉତ୍ସାହିତ କରିବେ । ସେଠାରେ ପିଲାଙ୍କ ସହ ସମୟ ବିତାଇବା ସହ ମିଷ୍ଟାନ ବଣ୍ଟନ କରିବେ ନବୀନ । ଏହା ପରେ ନବୀନ ଏସଓଏସ ଭିଲେଜ ଯିବେ । ସେଠି ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରିବେ। ନବୀନଙ୍କୁ ସ୍ଵାଗତ କରିବାକୁ ମଙ୍ଗଳା ବସ୍ତି ବାସିନ୍ଦା ନିଜ ଘର ସାମ୍ନାରେ କଳସ ମୁରୁଜ ବସେଇଛନ୍ତି। ଆଜି ସାରା ରାଜ୍ୟରେ ବିଜେଡି ପକ୍ଷରୁ ନିରାଡ଼ମ୍ବର ଭାବେ ପାଳନ ହେଉଛି ନବୀନଙ୍କ ଜନ୍ମଦିନ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଶୁଭେଚ୍ଛା । ଫୋନରେ କଥା ହୋଇ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ; ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











