The Ultimate Managed Hosting Platform
ADVERTISEMENT

ନୂଆପଡା ବିକାଶ ଦାୟିତ୍ୱ ମୋର ; ମୁଖ୍ୟମନ୍ତ୍ରୀ

Facebook
Twitter
LinkedIn

ନୂଆପଡା : ନୂଆପଡା ଉପନିର୍ବାଚନ ପ୍ରଚାରରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ନୂଆପଡା ବିକାଶ ଦାୟିତ୍ୱ ମୋର, କଥାଦେଇ କଥା ରଖିବୁ । ନୂଆପଡା ଇତିହାସରେ ନୂଆ ଫର୍ଦ୍ଦ ଯୋଡି ହେବାକୁ ଯାଉଛି । ଏବେଠାରୁ ନୂଆପଡାବାସୀ ଦେଖିବେ ଡବଲ ଇଞ୍ଜିନ ସରକାରର ବିକାଶ । ପୂର୍ବ ସରକାରରେ ମୁଖ୍ୟମନ୍ତ୍ରୀ ଉପନିର୍ବାଚନ ବେଳେ କଥା ଦେଇ ରଖୁ ନ ଥିଲେ । ମାତ୍ର ମୁଁ ଏହା ଭିତରେ ନୂଆପଡା ପାଇଁ ୧୧ ଶହ କୋଟିର ପ୍ରକଳ୍ପ ଘୋଷଣା କରିଛି । ଜୟଙ୍କ ପ୍ରତି ବିଜେଡି ନେତାଙ୍କ ବ୍ୟକ୍ତିଗତ ଆରୋପ ଗ୍ରହଣୀୟ ନୁହେଁ । ଏଥର ନୂଆପଡାରେ ବିଜେପିର ଏକପାଖିଆ ବିଜୟ ହେବ । ଆମେ ସେବା କରିବାକୁ ଆସିଛୁ। ସେବା ପାଇଁ କେତେ ବର୍ଷ ଦରକାର। ବିଜେଡ଼ି ଏବଂ କଂଗ୍ରେସ ବର୍ଷ ବର୍ଷ ଧରି କ୍ଷମତାରେ ରହି କିଛି କରି ନାହାନ୍ତି। ଏନେଇ ବିଜେପିକୁ ଆପଣଙ୍କ ସହଯୋଗ ଆବଶ୍ୟକ। ବିଜେପିର ବିଜୟ ନିଶ୍ଚିତ ହୋଇ ସାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜେନ୍ଦତ୍ର ଢ଼ୋଲକିଆଙ୍କ ଅଧୁରା କାମ ତାଙ୍କ ପୁଅ ଜୟ ଢ଼ୋଲକିଆ କରିବେ। ସେ ନୂଆପଡ଼ାର ବିକାଶ କାର୍ୟ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login