ମାହାଙ୍ଗୀ : ବିବାହ ବନ୍ଧନରେ ବାନ୍ଧି ହେବେ ମାହାଙ୍ଗାର ସ୍ବାଧୀନ ବିଧାୟକ ସାରଦା ପ୍ରସାଦ ପ୍ରଧାନ । ଏହାକୁ ନେଇ ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଉତ୍କଣ୍ଠା ପ୍ରକାଶ ପାଇଛି। ବିଧାୟକ ଶ୍ରୀ ପ୍ରଧାନ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଳକ ଜଅଁରା ବାରିମୂଳ ଗ୍ରାମର ରମେଶ ଚନ୍ଦ୍ର ବଳଙ୍କ ବଡ଼ଝିଅ ସିପ୍ରା ପ୍ରିୟଦର୍ଶିନୀ ବଳଙ୍କୁ ବିବାହ କରିବେ ।
ସିପ୍ରା କଟକ ଜଗତପୁରସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ କାର୍ୟ୍ୟ କରୁଛନ୍ତି । ପୂର୍ବରୁ ସିପ୍ରା ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଳକରେ ସାମାଜିକ ସମ୍ପ୍ରସାରଣ ଅଧୁକାରୀ ଭାବେ କାର୍ୟ୍ୟ କରୁଥିଲେ । ବିବାହ ଉତ୍ସବ ରାଜସ୍ଥାନର ଜୟପୁର ଠାରେ ଅନୁଷ୍ଠିତ ହେବାର ରହିଥିବା ଜଣାପଡିଛି ।
Views: 28