The Ultimate Managed Hosting Platform
ADVERTISEMENT

ବଢିଲା କମର୍ସିଆଲ ଗ୍ୟାସ ଦର

Facebook
Twitter
LinkedIn

ନୂଆଦିଲ୍ଲୀ : ପୁଣି ବଢିଲା କମର୍ସିଆଲ ସିଲିଣ୍ଡର ଦର । ୧୯ କେଜି ସିଲିଣ୍ଡର ପିଛା ୬ ଟଙ୍କା ବୃଦ୍ଧି ପାଇଛି । ତୈଳ ବିପଣନ କମ୍ପାନୀଗୁଡ଼ିକ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ଦର ବୃଦ୍ଧି କରିଛନ୍ତି । ଏହି ସିଲିଣ୍ଡର ଏବେ ଦିଲ୍ଲୀରେ ୧୮୦୩ ଟଙ୍କାରେ ମିଳିବ । ଦିଲ୍ଲୀରୁ କୋଲକାତା ପର୍ୟ୍ୟନ୍ତ ସିଲିଣ୍ଡର ୬ ଟଙ୍କା ମହଙ୍ଗା ହୋଇଛି । ତଥାପି ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଦେଶର ସର୍ବବୃହତ ପେଟ୍ରୋଲିୟମ୍ କମ୍ପାନୀ ଇଣ୍ଡିଆନ୍ ଅଏଲ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜିଠାରୁ ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର ଅର୍ଥାତ୍ ୧୯ କିଲୋଗ୍ରାମ୍ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟରେ ସାମାନ୍ୟ ବୃଦ୍ଧି ଘଟିଛି । ୧୯ କେଜି କମର୍ସିଆଲ ଏଲପିଜି ସିଲିଣ୍ଡର ୧୭୯୭ରୁ ବଢି ୧୮୦୩ ଟଙ୍କା ହୋଇଛି । ୬ ଟଙ୍କା ବୃଦ୍ଧି ହୋଇଛି ଦର । ମାସ ଆରମ୍ଭରୁ ତୈଳ କମ୍ପାନୀ ଦ୍ବାରା ସିଲିଣ୍ଡର ଦରରେ ପରିବର୍ତ୍ତନ ହୋଇଥାଏ । ଏହା ପୂର୍ବରୁ ଗତ ଫେବୃଆରୀ ମାସରେ ବଜେଟ୍ ଦିନ ୭ ଟଙ୍କା କମିଥିଲା । ଘରୋଇ ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login