ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ ବିର୍ଜାପୁରର ଅନୀତା ଦେବୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି । ସମସ୍ତେ ବାଗେଶ୍ବର ଧାମ ମହାରାଜଙ୍କୁ ଦର୍ଶନ ପାଇଁ ଆସି ଢାବାରେ ରହିଥିଲେ । ପ୍ରାୟ ରାତି ୩ଟଣ୍ଟ ୩୦ ମିନିଟ ସମୟରେ ଏହି ଦୁର୍ଘଟଣା ହୋଇଥିଲା । ହତାଠ କାନ୍ଥ ଭୁଶୁଡିଯିବାରୁ ସମସ୍ତେ ଚାପି ହୋଇଯାଇଥିଲେ । ସେମାନଙ୍କ ଚିତ୍କାର ଶୁଣି ଆଖପାଖରେ ଥିବା ଲୋକାମାନେ ଆସି ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମା’ଙ୍କ ସହ ବାଗେଶ୍ୱର ଧାମକୁ ଆସିଥିବା ଦୁଇ ଝିଅ ଜିଲ୍ଲା ଡାକ୍ତରଖାନାରେ ଅସହ୍ୟ କାନ୍ଦୁଥିଲେ। ସେମାନେ କହିଥିଲେ ଯେ ସେମାନଙ୍କ ମା’ ନିଖୋଜ ଅଛନ୍ତି ଓ ଏହି ହଠାତ୍ ଦୁର୍ଘଟଣାରେ ସେମାନେ କାନ୍ଥ ତଳେ ପୋତି ହୋଇଯାଇଛନ୍ତି। ହସ୍ପିଟାଲ ପରିଚାଳନାକୁ ନେଇ ଗମ୍ଭୀର ଅଭିଯୋଗ ଆଣିଛନ୍ତି ସେଠାରେ ଚିକିତ୍ସିତ ହେଉଥିବା ଆହତମାନେ । ସେମାନେ କହିଛନ୍ତି କି, ଓଦାରେ ରହିଥିଲେ । ସେମାନଙ୍କୁ କମ୍ବଳ ଦିଆଯାଇନଥିଲା । କିଛି ଲୋରକଙ୍କ ଉପଯୁକ୍ତ ଜିକିତ୍ସା ହୋଇନଥିବା ମଧ୍ୟ ଅଭିଯୋଗ ହୋଇଛି ।
ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











