ଭୁବନେଶ୍ୱର : ସହରରେ କଟକଣା ହେଲେ ଗାଁରେ ନାହିଁ। ବାହାଘର, ବ୍ରତଘର, ପୂଜା, ଭସାଣ ଶୋଭାଯାତ୍ରାରେ ଅତି ବିକଟାଳ ସାଉଣ୍ଡରେ ଡିଜେ ବାଜୁଛି।ଲୋକେ ମନଇଛା ସାଉଣ୍ଡରେ ଡିଜେ ବଜାଉଛନ୍ତି। ଅତି ଉଚ୍ଚ ସାଉଣ୍ଡ ପାଇଁ ଲୋକଙ୍କ ଜୀବନ ମଧ୍ୟ ବିପଦରେ ପଡୁଛି। ଗତକାଲି ଏହି ପ୍ରସଙ୍ଗ ବିଧାନସଭାରେ ଉଠିଥିଲା। ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ ଏହି ପ୍ରସଙ୍ଗ ଉଠାଇବା ସହ ଏ ନେଇ ସ୍ୱତନ୍ତ୍ର ଆଇନ ଆଣିବାକୁ ଦାବି କରିଛନ୍ତି। ବିଧାନସଭାରେ ଏହି ପ୍ରସଙ୍ଗ ଉଠିବା ପରେ ପୁଲିସ ତତ୍ପର ହୋଇ ଉଠିଛି। ଅନୁମତି ନେଇ ନ ଥିଲେ ଗାଁ ଗହଳିରେ ବି ଡିଜେ ବାଜିପାରିବନି। ଆଉ ନିର୍ଦ୍ଧାରିତ ୬୫ ଡେସିବଲରୁ ଅଧିକ ଉଚ୍ଚରେ ବାଜିଲେ ଗାଡ଼ି ଜବତ ସହ ମାମଲା ରୁଜୁ ହେବ। ପୁଲିସ ଡିଜି ସୁନୀଲ ବଂଶଲ ଡିଜେ ଉପରେ ଲଗାମ ଲଗାଇବା ପାଇଁ ଏସ୍ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଜିଲ୍ଲାର ସବୁ ଥାନା ଅଧିକାରୀ ଏବଂ ସ୍ପେଶାଲ ଟିମ୍କୁ ନିୟମିତ ଚଢ଼ଉ କରିବା ପାଇଁ କୁହାଯାଇଛି। ସୁପ୍ରିମକୋର୍ଟ କରିଥିବା ଗାଇଡ୍ଲାଇନ୍କୁ କଡାକଡି ପାଳନ କରିବାକୁ କୁହାଯାଇଛି। ଥାନା ଅଧିକାରୀ ଏକ ଫୋନ୍ ନମ୍ବର ସର୍ବସାଧାରଣଙ୍କ ପାଇଁ ରଖିବେ। ଏହି ନମ୍ବରକୁ କଲ୍ କରି ଲୋକେ ଅଧିକ ଶବ୍ଧରେ ଡିଜେ ବାଜୁଥିଲେ ଲୋକେ ପୁଲିସକୁ ସୂଚନା ଦେଇପାରିବେ।
ବିନା ଅନୁମତିରେ ବାଜି ପାରିବନି ଡିଜେ
Facebook
Twitter
LinkedIn
Facebook
Twitter
LinkedIn
Recent News
ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ
ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...
ଛାଡପତ୍ର ପରେ ଦ୍ୱିତୀୟ ବିବାହ କଲେ ସମନ୍ଥା
ବ୍ୟୁରୋ : ଛାଡପତ୍ରର ୪ ବର୍ଷ ପରେ ଅଭିନେତ୍ରୀ ସମନ୍ଥା ଦେଲେ ଖୁସି ଖବର ।ପ୍ରେମିକ ରାଜଙ୍କୁ କଲେ ଦ୍ୱୀତାୟ ବିବାହ । ଏନେଇ ସୋସିଆଲ ମିଡିଆରେ...
ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ
ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...
କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...











