The Ultimate Managed Hosting Platform
ADVERTISEMENT

ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା, ସାଢ଼େ ୩ଟା ସୁଦ୍ଧା ଗଡ଼ିବ ରଥ

Facebook
Twitter
LinkedIn

ଭୁବନେଶ୍ୱର : ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରା। ଏ ନେଇ ନେତ୍ରୋତ୍ସବ ଅର୍ଥାତ୍ ମଙ୍ଗଳବାର ରଥ ପ୍ରତିଷ୍ଠା ନୀତି ଶେଷ ହେବା ପରେ ଆଜି ବୁଧବାର ପ୍ରାତଃରୁ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ ଅପରାହ୍ଣ ୩ଟା ସୁଦ୍ଧା ରଥଟଣା ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ସେବାୟତମାନେ ଶୃଙ୍ଖଳିତ ଢଙ୍ଗରେ ସମସ୍ତ ନୀତିକାନ୍ତି କରିଛନ୍ତି। ମହାପ୍ରଭୁଙ୍କ ରଥଯାତ୍ରା ଦେଖିବାକୁ ରଥଦାଣ୍ଡରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହେବେ। ବର୍ଷକୁ ଥରେ ଭକ୍ତଙ୍କୁ ଦର୍ଶନ ଦେବାକୁ ଲିଙ୍ଗରାଜ ମନ୍ଦିରରୁ ମାଉସୀ ମା’ ମନ୍ଦିରକୁ ଆସୁଛନ୍ତି ମହାପ୍ରଭୁ।
ମହାପ୍ରଭୁ ରଥାରୂଢ଼ ହେବା ପରେ ଅପରାହ୍ଣ ୧ଟା ୩୦ରେ ଚକ ପୂଜା, ଚାରି ଦ୍ୱାର ପୂଜା, ନେତ ପୂଜା, ଅଶ୍ୱ ପୂଜା ଓ ବ୍ରହ୍ମ ପୂଜା ଆଦି ନୀତି କରାଯିବ। ଅପରାହ୍ଣ ୩ଟା ସୁଦ୍ଧା ରଥ ଉପର ନୀତି ଶେଷ କରି ୩ଟାରୁ ସାଢ଼େ ୩ଟା ମଧ୍ୟରେ ରଥ ଟଣା ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ ମହାପ୍ରଭୁ ଲିଙ୍ଗରାଜ ରାମେଶ୍ୱର ମନ୍ଦିର ଅଧିଷ୍ଠିତ ହେବେ। ମହାପ୍ରଭୁଙ୍କର ଏହି ଯାତ୍ରା ୫ ଦିନିଆ ହୋଇଥାଏ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login