ନୂଆଦିଲ୍ଲୀ : ବାଇକକୁ ଧକ୍କା ଦେଇ କୂଅରେ ଖସି ପଡିଲା ଭ୍ୟାନ । ଖବର ମୁତାବକ, ମଧ୍ୟପ୍ରଦେଶର ମନ୍ଦୋସରରେ ଏକ ଭ୍ୟାନ ବାଇକ ମଧ୍ୟରେ ଧକ୍କା ହୋଇଥିଲା ଭାରସାମ୍ୟ ହରାଇ ବାଇକକୁ ପିଟିବା ସହ କାରଟି ସିଧା କୂଅରେ ପଡିଥିଲା । କାରରେ ୧୪ ଜଣ ଲୋକ ରହିଥିଲା । କାର୍ କୂଅରେ ପଡି ଶ୍ୱାସ ରୁଦ୍ଧ ହୋଇ ଚାଲିଗଲା ୧୨ ଜୀବନ । ଆଉ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାର ପ୍ରତି ସମବେଦନା ଜଣାଇବା ସହ ପ୍ରଧାନମନ୍ତ୍ରୀ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ପୂର୍ବରୁ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମଧ୍ୟ ମନ୍ଦସୌର ଦୁର୍ଘଟଣାରେ ୧୨ ଜଣଙ୍କ ଜୀବନ ହାନୀ ପାଇଁ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।
Views: 43