ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ଓ ଭୂସ୍ଖଳନର ତାଣ୍ଡବ । ବାଦଲଫଟା ବର୍ଷାରେ ଭାସିଗଲା ଉତ୍ତରକାଶୀର ଧରାଲି ଗାଁ । କ୍ଷୀର ଗଙ୍ଗା ନଦୀର ଉପର ଭାଗରେ ବାଦଲଫଟା ବର୍ଷା ପାଇଁ ଭାସିଗଲା । ପାହାଡରୁ ଧସିଲା ମାଟି । ୪ ଜଣ ମୃତ ସ୍ପଷ୍ଟ କଲା ଜିଲ୍ଲା ପ୍ରଶାସନ । ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ନିଖୋଜ ଅଛନ୍ତି । ସୂଚନା ମିଳିବା ମାତ୍ରେ ରିଲିଫ୍ ଏବଂ ଉଦ୍ଧାର କାର୍ୟ୍ୟ ଆରମ୍ଭ ହୋଇଛି । ଭାଟୱାଡିରୁ ଏସଡିଆରଏଫ ଦଳ ମଧ୍ୟ ଧରାଲି ଅଭିମୁଖେ ଯାଇଛି ।
ଗଙ୍ଗୋତ୍ରୀ ଧାମ ଓ ମୁଖୱା ନିକଟରେ ସ୍ଥିତ ଧରାଲି ଗାଁରେ ବାଦଲ ଫଟା ବର୍ଷା ପରେ ପାଣି ମାଡ଼ି ଆସିଛି । ପାଣି ଖୁବ୍ ଜୋରରେ ମାଡ଼ି ଆସିବାରୁ ତଳିଆ ଅଞ୍ଚଳକୁ ଭସାଇ ନେଇଛି । ଅନେକ ଘର ଏଥିରେ କ୍ଷତିଗ୍ରସ୍ତ ହେବା ସହ କିଛି ଲୋକେ ଭାସି ଯାଇଛନ୍ତି । ଘଟଣା ଉପରେ ନଜର ରଖାଯିବା ସହ ସତର୍କ ସୂଚନା ଜାରି କରାଯାଇଛି । ଏଯାଏଁ ଜୀବନହାନୀ ନେଇ କୌଣସି ସୂଚନା ମିଳିନାହିଁ । ପ୍ରଭାବିତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ।ଘଟଣାସ୍ଥଳରେ ଏନଡିଆରଏଫ୍ ଓ ଏସଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଛନ୍ତି । ଏହାସହ ଜିଲ୍ଲା ପ୍ରଶାସନ ମଧ୍ୟ ଉଦ୍ଧାର କାର୍ୟ୍ୟରେ ଲାଗିଛି । ଏନଡିଆରଏଫର ୩ଟି ଟିମ୍ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଏହାସହିତ ଆଇଟିବିପିର ଟିମ ମଧ୍ୟ ପହଞ୍ଚିଛନ୍ତି । ଘଟଣାକୁ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ସହ କଥା ହୋଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।
ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ; ୪ ମୃତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











