ବ୍ୟୁରୋ : ଗରମ ଦିନେ ଅଧିକ ଝାଳ ବୋହିଥାଏ। ଏହି କାରଣରୁ ତ୍ବଚାରେ ଘିମିରି ସମସ୍ୟା ଦେଖାଯାଇଥାଏ। ଘିମିରିକୁ ଅନେକ ଜଣ ଚିନ୍ତିତ ରହିଥାନ୍ତି । ଘିମିରି ହେବା କାରଣରୁ ତ୍ବଚାରେ ନାଲି ଦାଗ ହେବା, ତ୍ବଚା କୁଣ୍ଡେଇ ହେବା ଭଳି ଯନ୍ତ୍ରଣା ଦେଖାଯାଇଥାଏ। ଏହି ସମସ୍ୟାରୁ ରକ୍ଷା ପାଇା ପାଇଁ ଲୋକମାନେ ସ୍କିନ ପ୍ରଡକ୍ଟର ବ୍ୟବହାର କରିଥାନ୍ତି। କିନ୍ତୁ ଅନେକ ଥର ଏହାକୁ ବ୍ୟବହାର କରିବା ପରେ ଏହି ସମସ୍ୟା କମ ହେବା ଫଳରେ ଅଧିକ ହୋଇଯାଇଥାଏ। କିନ୍ତୁ ଘରୋଇ ଉପାୟରେ ଘିମିରି ସମସ୍ୟାରୁ ପାଆନ୍ତୁ ମୁକ୍ତି ।
ଆଳୁ ରସରେ ଗୋଲାପ ଜଳ ମିଶାଇ ଘିମିରି ହୋଇଥିବା ଯାଗାରେ ଲଗାଇ ୨୦ ମିନିଟ ପର୍ୟ୍ୟନ୍ତ ରଖିବା ପରେ ଭଲ ଭାବେ ଧୋଇ ଦିଅନ୍ତୁ। ଏହାକୁ ସପ୍ତାହରେ ତିନି ଥର ବ୍ୟବହାର କରିବା ଦ୍ବାରା ଘିମିରି ସମସ୍ୟା ଦୂର ହୋଇଥାଏ।
ଏକ ପାତ୍ରରେ ୧ଚାମଚ ଚନ୍ଦନ ପାଉଡର ନେଇ ସେଥିରେ ଗୋଲାପ ଜଳ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ପ୍ରଭାବିତ ଯାଗାରେ ଲଗାଇ ୨୦-୨୫ ମିନିଟ ରଖିବା ପରେ ଭଲ ଭାବେ ଧୋଇ ଦିଅନ୍ତୁ। ଏହାକୁ ସପ୍ତାହରେ ତିନି ଥର ବ୍ୟବହାର କରନ୍ତୁ।
ବେକିଂ ସୋଡାରେ ପାଣି ମିଶାଇ ପେଷ୍ଟ ପ୍ରସ୍ତୁତ କରିବା ପରେ ଘିମିରି ହୋଇଥିବା ଯାଗାରେ ଲଗାନ୍ତୁ। ଲଗାଇବାର ୧୫ ମିନିଟ ପରେ ଥଣ୍ଡା ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ। ଏହାକୁ ସପ୍ତାହରେ ଚାରି ଥର ବ୍ୟବହାର କରିପାରିବେ।
ଖରାଦିନେ ଘିମିରି ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତ କି ? ଆପଣାନ୍ତୁ ଏହି ଘରୋଇ ଉପାୟ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











