ବ୍ୟୁରୋ : ଆମେ ସ୍ବାଦ ପାଇଁ ଲୁଣ ବ୍ୟବହାର କରିଥାଉ । ଲୁଣ ବିନା ଖାଦ୍ୟର ସ୍ବାଦ ମୂଲ୍ୟହୀନ । ଯେତେ ମସଲା ଦେଇ ରାନ୍ଧିଲେ ମଧ୍ୟ ଲୁଣ ବିନା ରୋଷେଇ ଅଧା ଅଧୁରା ଲାଗିଥାଏ । ଲୁଣକୁ ମଧ୍ୟ ଆମ ସ୍ବାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ । କିନ୍ତୁ ଅଧିକ ଲୁଣ ଖାଇବା ଦ୍ୱାରା ଆମ ଶରୀରକୁ କ୍ଷତି ପହଞ୍ଚାଇଥାଏ । ତେଣୁ ସନ୍ତୁଳିତ ପରିମାଣର ଲୁଣ ସେବନ କରିବା ଭଲ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏହାକୁ କମ କିମ୍ବା ଅଧିକ ସେବନ କରାଯାଏ, ଉଭୟ କ୍ଷେତ୍ରରେ ଏହା ଶରୀର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ରକ୍ତଚାପ ରୋଗୀଙ୍କ ପାଇଁ ହିତକର ହୋଇଥାଏ ଲୁଣ । କିନ୍ତୁ ବର୍ତ୍ତମାନ ଆମେ ଆପଣଙ୍କୁ ଅତ୍ୟଧିକ ଲୁଣ ସେବନର କ୍ଷତି ସମ୍ପର୍କରେ ଜଣାଇବୁ । ଅତ୍ୟଧିକ ଲୁଣ ଖାଇବା ଦ୍ୱାରା ରକ୍ତବାହୀ ନଳୀ ଉପରେ ଚାପ ବଢ଼ିଥାଏ । ଯାହା ଫଳରେ ରକ୍ତଚାପ ବୃଦ୍ଧି ପାଏ । ଏହା ହୃଦରୋଗ ଏବଂ ଷ୍ଟ୍ରୋକର ଏକ ପ୍ରମୁଖ କାରଣ । ଶରୀରରୁ ଅତିରିକ୍ତ ଲୁଣ ବାହାର କରିବାରେ କିଡନୀକୁ ଅଧିକ ପରିଶ୍ରମ କରିବାକୁ ପଡିଥାଏ । ତେଣୁ ଏହାର କାର୍ୟ୍ୟକ୍ଷମତା ବଢିବାରୁ କିଡନୀ ରୋଗର ଆଶଙ୍କାକୁ ବୃଦ୍ଧି କରିଥାଏ । ପାଚନ ପ୍ରକ୍ରିୟା ଉପରେ ମଧ୍ୟ ଏହାର ଖରାପ ପ୍ରଭାବ ପକାଇଥାଏ । ଅଧିକ ଲୁଣ ସେବନ ଶରୀରରେ କ୍ୟାନସର ଭଳି ମାରାତ୍ମକ ରୋଗ ଦେଖାଦେଇଥାଏ । ଏତିକି ନୁହେଁ ବରଂ ଏହାର ଅତ୍ୟଧିକ ସେବନ ହାତ, ପାଦ ଏବଂ ଗୋଡ଼ ଫୁଲିବା ଭଳି ସମସ୍ୟା ସୃଷ୍ଟି କରିଥାଏ । ତେଣୁ ଏହି ଛୋଟ ଛୋଟ ଜିନିଷ ପ୍ରତି ଧ୍ୟନ ଦେବା ଦ୍ବାରା ଆମେ ବଡ଼ ବଡ଼ ରୋଗରୁ ମୁକ୍ତି ପାଇ ଯାଇପାରିବା । ତେବେ ଏହି ସମସ୍ତ ସମସ୍ୟାରୁ ରକ୍ଷା ପାଇବା ପାଇଁ, ଆପଣଙ୍କ ଦୈନନ୍ଦିନ ଖାଦ୍ୟରେ ଲୁଣର ପରିମାଣ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଅତ୍ୟଧିକ ଲୁଣ ସେବନ ଏହି ସବୁ ଅଙ୍ଗକୁ କରେ ଅକାମୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











