ଉଦଳା : ଦୁର୍ଘଟଣା ପରେ ଜଳିଗଲା ପିକଅପ , ଗୋରୁ ଜୀବନ୍ତ ଦଗ୍ଧ । ଉଦଳା ଥାନା ପୋଡା ଡିହାରେ ଓଲଟି ପଡିଲା ଗୋରୁ ଭର୍ତ୍ତି ପିକଅପ । ଗାଡିରେ ନିଆଁ ଲାଗିବାରୁ ଗୋଟିଏ ଗୋରୁ ଜୀବନ୍ତ ଦଗ୍ଧ , ୪ ଅର୍ଦ୍ଧଦଗ୍ଧ । ଅର୍ଦ୍ଧଦଗ୍ଧ ଅବସ୍ଥାରେ ଗୋରୁଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ । ଗାଡିରୁ ୮ ଗୋରୁ ରହିଥିଲେ , ଦୁର୍ଘଟଣା ପରେ ଡ୍ରାଇଭର ଫେରାର । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଗତକାଲି ରାତିରେ ଗୋରୁ ବୋଝେଇ ପିକଅପ ଓଲଟି ପଡିବା ପରେ ନିଆଁ ଲାଗି ଯାଇଥିଲା । କଟୁରିଆ ଗାଁରୁ ଉଦଳା ଅଭିମୁଖେ ଆସୁଥିଲା ଗୋରୁ ବୋଝେଇ ଗାଡି । ପିକଅପଟି ସମ୍ପୁର୍ଣ୍ଣ ଜଳିଯାଇଥିବା ବେଳେ ଗୋରୁ ମାଫିଆ ମାନେ ରାତାରାତି ଦୁର୍ଘଟଣାଗ୍ରସ୍ତ ଗାଡିକୁ ନେଇ ଯିବା ସହିତ ମୃତ ଗୋରୁକୁ ଗାଡ ଖୋଳି ପୋଲି ଦେଇ ଚାଲି ଯାଇଛନ୍ତି ।
Views: 37