ନୂଆଦିଲ୍ଲୀ : ଆଜିଠୁ ଦିଲ୍ଲୀରେ ସବୁ ସ୍କୁଲ ବନ୍ଦ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ପ୍ରବଳ ପ୍ରଦୂଷଣ ଯୋଗୁଁ ସ୍କୁଲ ବନ୍ଦ ନିଷ୍ପତ୍ତି ନିଆଯାଇଥିବା ବେଳେ ଅନଲାଇନରେ ପାଠପଢା ଚାଲିବ । ଦିଲ୍ଲୀ ୟୁନିର୍ଭସିଟିରେ ମଧ୍ୟ ଅନଲାଇନରେ ହେବ ପାଠପଢା । ସରକାରୀ ବେସରକାରୀ ଅଫିସ ୫୦ ପ୍ରତିଶତ କର୍ମଚାରୀରେ କାମ କରିବା ସହ ଅନ୍ୟମାନେ ୱାର୍କ ଫ୍ରମ ହୋମ କରିବାକୁ କୁହାଯାଇଛି । ଦିଲ୍ଲୀକୁ ବାହାର ରାଜ୍ୟରୁ ଆସୁଥିବା ଟ୍ରକ ପ୍ରବେଶ କରିପାରିବେ ନାହିଁ . ଦିଲ୍ଲୀ ବାହାରେ ପଞ୍ଜୀକୃତ ହାଲୁକା ବବସାୟିକ ଯାନ ବି ପ୍ରବେଶ କରିପାରେ ନାହିଁ । ଦିଲ୍ଲୀ ଏନସିଆରରେ ସମସ୍ତ ନିର୍ମାଣ ଓ ଭଙ୍ଗା କାର୍ଯ୍ୟ ବନ୍ଦ ରହିବ । ଏଥି ସହ ଦିଲ୍ଲୀରେ ଅଡ ଇଭନ ନମ୍ବର ଗାଡି ଚଳାଚଳ ପାଇ କୁହାଯାଇଛି ।
ଅନ୍ୟପଟେ କେବଳ ସିଏନଜି , ଇଲେକ୍ଟ୍ରି ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସୁଥିବା ଟ୍ରକକୁ ପ୍ରବେଶ ଅନୁମତି ରହିବ । ମେଟ୍ରୋ, ବସ , ଟ୍ୟାକ୍ସି ସେବା ଜାରି ରହିବ । ରିଟେଲ ଦୋକାନ , ଫାର୍ମାସୀ , ପେଟ୍ରୋଲ ପମ୍ପ ,ରାଶନ ବିତରଣ କେନ୍ଦ୍ର ଭଳି ସେବ ଖୋଲା ରହିବ । ବିଦ୍ୟୁତ , ପାଣି ସେବା ମଧ୍ୟ ଖୋଲା ରହିବ ।
ତେବେ ଗତ କିଛିଦିନ ଧରି ରାଜଧାନୀ ଦିଲ୍ଲୀ ଧୂଆଁମୟ ହୋଇ ରହିଛି । ନଭେମ୍ବର ମାସ ଆରମ୍ଭ ହେବା ପୂର୍ବରୁ ଦିଲ୍ଲୀରେ ଏମିତି ଘଟିଛି । ପ୍ରତି ଅଞ୍ଚଳ ଏକ୍ୟୁଆଇ ସ୍ତର ଅତିକ୍ରମ କରିବାରେ ଲାଗିଛି । ଦିଲ୍ଲୀ ଏନସିଆରରେ ଏକ୍ୟୁଆଇ ମାତ୍ରା ୪୨୬ ଅତିକ୍ରମ କରିବା ପରେ ଜିଆରଏପି-୪ ଲାଗୁ କରିଛନ୍ତି ସରକାର । ତେବେ ଏଠି ପ୍ରଶ୍ନ ଉଠୁଛି ଶୀତଦିନେ କାହିଁକି ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢିବାରେ ଲାଗୁଛି । ଗ୍ରେଟ ସ୍ମଗ ଅଫ ଲଣ୍ଡନ ଘଟଣାକୁ ଦେଖିଲେ ପ୍ରଦୂଷଣ ଯେ କେତେ ଜୀବନ ନେଇପାରେ ତାହା ଅନୁମାନ କରିହୁଏ ।
ବିଷ ବଳୟରେ ଦିଲ୍ଲୀ ; ଆଜିଠୁ ଦିଲ୍ଲୀରେ ସବୁ ସ୍କୁଲ ବନ୍ଦ, ଲାଗୁ ହେଲା ଗ୍ରାପ-୪
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











