ମାଲକାନଗିରି : ବିପୁଳ ବିସ୍ଫୋରକ ସହ ମାଓବାଦୀଙ୍କ ବନ୍ଧୁକ କାରଖାନା ଠାବ । କୋବ୍ରା ଓ ସିଆରପିଏଫ ଯବାନଙ୍କ ଅପରେଶନ ବେଳେ ଠାବ ହୋଇଛି । ଛତିଶଗଡ ମେଟାଗୁଡେମ ଓ ଦୁଲେର ଗାଁ ଜଙ୍ଗଲରେ ଅପରେଶନ । ୨୧ଟି ଆଇଇଡି, ଗ୍ରେନେଡ ସହ ଗୋଳାବାରୁଦ ପ୍ରସ୍ତୁତି ସାମଗ୍ରୀ ଜବତ । ଜଙ୍ଗଲ ମଧ୍ୟରେ ମାଓବାଦୀଙ୍କ ଉପସ୍ଥିତି ବିଷୟରେ ଗୁଇନ୍ଦା ସୂଚନା ପରେ ଏକ ବଡ଼ ଅପରେସନ ଆରମ୍ଭ କରିଥିଲେ । ସୁରକ୍ଷାକର୍ମୀଙ୍କୁ ଦେଖି ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ । ଏଭଳି ଏକ ବଡ଼ ଧରଣର ମାଓବାଦୀଙ୍କ ଅସ୍ତ୍ରାଗାର ଦେଖିଲେ ଅନୁମାନ କରିହେବ ଯେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ବଡ଼ ଯୋଜନା କରାଯାଉଥିଲା ।
Views: 35