ମୁମ୍ବାଇ : ୪ ବଲିଉଡ କଳାକାରଙ୍କୁ ହତ୍ୟା ଧମକ । ପାକିସ୍ତାନରୁ ଆସିଛି ଇ-ମେଲ । କମେଡି କିଙ୍ଗ କପିଲ ଶର୍ମାଙ୍କ ସହ ୪ ଜଣଙ୍କୁ ହତ୍ୟା ଧମକ । ପାକିସ୍ତାନରୁ ଇ-ମେଲ ମାଧ୍ୟମରେ ଆସିଲା ହତ୍ୟା ଧମକ । କମେଡିଆନ ରାଜପାଲ ଯାଦବ, ରେମୋ ଡିସୁଜା, କମେଡିଆନ ସୁଗନ୍ଧା ମିଶ୍ରଙ୍କୁ ଆସିଛି ହତ୍ୟା ଧମକ । ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ଅମ୍ବୋଲି ଥାନା ପୋଲିସ । ଆକ୍ରମଣକାରୀ କପିଲ ଶର୍ମାଙ୍କ ସହ ତାଙ୍କ ପରିବାର, ସମ୍ପର୍କୀୟ ଏବଂ ତାଙ୍କ ପଡ଼ୋଶୀଙ୍କୁ ବି ହତ୍ୟା କରିବାକୁ ଧମକ ଦେଇଛନ୍ତି ।କିନ୍ତୁ କପିଲ କିମ୍ବା ତାଙ୍କ ପରିବାର ପକ୍ଷରୁ ଏପର୍ୟ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ ।ଅନ୍ୟପଟେ ପୋଲିସ ଆଇପି ଠିକଣା ଏବଂ ଅନ୍ୟାନ୍ୟ ବୈଷୟିକ ସୂଚନା ଆଧାରରେ ଧମକ ଦେଉଥିବା ବ୍ୟକ୍ତିଙ୍କୁ ଠାବ କରିବାକୁ ଚେଷ୍ଟା କରୁଛି । ତେବେ ସବୁଠାରୁ ଭୟାନକ କଥା ହେଉଛି ଇମେଲରେ ଧମକ ଦେଉଥିବା ବ୍ୟକ୍ତି କହିଛନ୍ତି, “ଏହା ଆମେ ପବ୍ଲିସିଟି ଷ୍ଟଣ୍ଟ ପାଇଁ କରୁନାହୁଁ । ଏଭଳି ହତ୍ୟା ଧମକ ଦେବା ଘଟଣା ବାରମ୍ବାର ସାମ୍ନାକୁ ଆସିବା ପରେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି ବଲିଉଡ୍ ଷ୍ଟାର ।
୪ ବଲିଉଡ କଳାକାରଙ୍କୁ ହତ୍ୟା ଧମକ ! ପାକିସ୍ତାନରୁ ଆସିଛି ଇ-ମେଲ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











