ମୁମ୍ବାଇ : ମହାରାଷ୍ଟ୍ର ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି । ଗତକାଲି ଜଲଗାଁଓ ଜିଲ୍ଲାରେ ବଡ ଧରଣର ଦୁର୍ଘଟଣା ହୋଇଥିଲା । ପୁଷ୍ପକ ଏକ୍ସପ୍ରେସର ଯାତ୍ରୀଙ୍କୁ ଧକ୍କା ଦେଇଥିଲା କର୍ଣ୍ଣାଟକ ଏକ୍ସପ୍ରେସ । ପୁଷ୍ପକ ଏକ୍ସପ୍ରେସରେ ନିଆଁ ଲାଗିବା ଶୁଣି ଡେଇଁ ପଡିଥିଲେ ଯାତ୍ରୀ । ସେଣ୍ଟ୍ରାଲ ସର୍କଲ ରେଲଓ୍ବେ ସେଫ୍ଟି କମିଶନର ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । କିଭଳି ଭାବେ ଏତେ ବଡ ଅଘଟଣ ଘଟିଲା ଏବଂ କିଏ ନିଆଁ ଲାଗିଥିବା ଗୁଜବ ଖବର ଦେଇଥିଲା , ସେ ସବୁକୁ ଯାଞ୍ଚ କରାଯାଉଛି । ଏହି ଦୁର୍ଘଟଣାରେ ମୃତକଙ୍କ ପାଇଁ ରେଳ ବିଭାଗ ପକ୍ଷରୁ ଦେଢ ଲକ୍ଷ ଓ ମହାରାଷ୍ଟ୍ର ସରକାରଙ୍କ ତରଫରୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଯାଇଛି ।ମୁମ୍ବାଇ ରେଳ ଅଧିକାରୀଙ୍କ ସୂଚନା ଅନୁସାରେ, ଗତକାଲି ଲକ୍ଷ୍ନୌରୁ ମୁମ୍ବାଇ ଯାଉଥିବା ପୁଷ୍ପକ ଏକ୍ସପ୍ରେସ ଜଲଗାଓଁ ଅତିକ୍ରମ କରୁଥିବା ବେଳେ ଗୋଟିଏ ବଗିରେ ନିଆଁ ଲାଗି ଯାଇଥିବା କଥା ପ୍ରଚାର କରାଯାଇଥିଲା । ନିଆଁ ଲାଗିବା କଥା ଶୁଣି ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । ଏଥିପାଇଁ କିଛି ଯାତ୍ରୀ ଟ୍ରେନକୁ ଅଟକାଇବା ପାଇଁ ଚେନ୍ ଭିଡ଼ି ଦେଇଥିଲେ। ଏହି ସମୟରେ ସନ୍ନିକଟ ଲାଇନ୍ରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ବେଙ୍ଗାଲୁରୁ-ଦିଲ୍ଲୀ କର୍ଣ୍ଣାଟକ ଏକ୍ସପ୍ରେସ୍ ଟ୍ରେନ୍ ସହ ଧକ୍କା ହୋଇ ବର୍ତ୍ତମାନ ସୁଦ୍ଧା ୧୩ ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ମହାରାଷ୍ଟ୍ର ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











