The Ultimate Managed Hosting Platform
ADVERTISEMENT

ଖେଳୁଥିବା ବେଳେ ପୋଖରୀରେ ବୁଡି ୪ ଭାଇ ଭଉଣୀଙ୍କ ଜୀବନ ଗଲା

Facebook
Twitter
LinkedIn

ନୂଆଦିଲ୍ଲୀ : ସାଙ୍ଗ ହୋଇ ଖେଳୁଥିବା ବେଳେ ବୁଡ଼ିଗଲେ ୪ ଭାଇ ଭଉଣୀ । ଖେଳୁ ଖେଳୁ ପୋଖରୀରେ ବୁଡ଼ିଗଲେ ୨ ଜଣ ପୁଅ ଏବଂ ୨ ଜଣ ଝିଅ । ରାଜସ୍ଥାନ ଜୈସଲମେର ଜିଲ୍ଲା ପୋଖରନରେ ଅଘଟଣ ଘଟିଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଖବର ମୁତାବକ, ଛୋଟ ପିଲାମାନେ ଖେଳୁଥିବା ବେଳେ ପୋଖରୀ ନିକଟରେ ପହଞ୍ଚିଥିଲେ । ଖେଳ ଖେଳରେ ପିଲାମାନଙ୍କ ମଧ୍ୟରୁ ଜଣେ ପୋଖରୀରେ ଖସିପଡିଥିଲା । ତାଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ୩ ଜଣ ବୁଡ଼ିଯାଇଥିଲେ । ପିଲାମାନେ ବୁଡ଼ି ଯାଇ ଦୀର୍ଘ ସମୟ ପରେ ଭାସିଥିଲେ । ଏହାପରେ ତାଙ୍କୁ ସ୍ଥାନୀୟ ଲୋକ ଦେଖିଥିଲେ । ବୁଡ଼ି ଯାଇଥିବା ପିଲାଙ୍କ ମଧ୍ୟରେ ୩ ବର୍ଷୀୟ ଅହମଦ, ୫ ବର୍ଷୀୟ ମହମ୍ମଦ, ୭ ବର୍ଷୀୟ ଶେହନାଜ ଏବଂ ୧୨ ବର୍ଷୀୟ ରିଜୱାନା ରହିଛି । ଏହି ୪ ଜଣ ସ୍ଥାନୀୟ ନିବାସୀ ହଜୁର ଖାନଙ୍କ ସନ୍ତାନ ।ଘଟଣା ସ୍ଥଳରେ ପୋଲିସ ଆସି ଯାଞ୍ଚ ଆରମ୍ଭ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login