ବଣାଇ :ଉତ୍ପାତ ମଚାଇଲେ ୧୨ ଟିକିଆ ଝାଡଖଣ୍ଡି ହାତୀପଲ । ତାମଡା ରେଞ୍ଜର ଚାନ୍ଦିପୋଷ ଓ ପୁରୁଣାପାଣିରେ ଉତ୍ପାତ ମଚାଇଲେ । ଘର ଭାଙ୍ଗିବା ସହ ଧାନ ଚାଉଳ ନଷ୍ଟ କଲେ ହାତୀ ପଲ । ତେବେ ଦିନକୁ ଦିନ ହାତୀପଲଙ୍କ ଉତ୍ପାତ ବଢିବାରେ ଲାଗିଛି । କେଉଁଠି ଘର ଭାଙ୍ଗୁଛନ୍ତି ତ କେଉଁଠି ଫସଲ ନଷ୍ଟ କରୁଛନ୍ତି । କେତେବେଳେ ହାତୀଙ୍କ କବଳରେ ପଡି ମଣିଷର ଜୀବନ ଯାଉଛି ତଆଉ କେତେବେଳେ ମଣିଷର ଅମାନୁଷିକତା ପାଇଁ ହାତୀ ମାନଙ୍କର ଜୀବନ ଯାଉଛି । ତେବେ ହାତୀ ମଣିଷର ଲଢେଇରେ ଉଭୟ ମଣିଷ ହାତୀ ବଳି ପଡୁଛନ୍ତି ।
Views: 32