କଟକ : ବଡ଼ ପୋଷ୍ଟରେ ଥାଇ ମଧ୍ୟ କରୁଥିଲା ସାଇବର ଠକେଇ । ସ୍ବଳ୍ପ ନିବେଶରେ ଅଧିକ ଲାଭ ପାଇବାର ଲୋଭ ଦେଖାଇ ଲୋକଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଚୂନା ଲଗାଉଥିଲା । କିନ୍ତୁ ସବୁ ଚାଲାକି ଫିକା ପଡ଼ିଲା ପୋଲିସ ଆଗରେ । ଲୋକଙ୍କ ଠାରୁ ଲୁଟି ନିଜ ପକେଟ ଗରମ କରିବ ସେହି ଚିନ୍ତାରେ ଥିଲା ଡିପ୍ଲୋମା ଇଞ୍ଜିନିୟର ସୁରେନ୍ଦ୍ର ସାହୁ ଜଣେ ଯୁବକ । ସାଇବର ଠକ ଡିପ୍ଲୋମା ଇଞ୍ଜିନିୟର ସୁରେନ୍ଦ୍ର ସାହୁକୁ ଗିରଫ କରିଛି କଟକ ସାଇବର ଥାନା ପୋଲିସ । ବିଭିନ୍ନ ଲୋକଙ୍କ ଠାରୁ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକେଇ କରିଥିଲା ସୁରେନ୍ଦ୍ର । ଥାଇଲାଣ୍ଡକୁ ତିନି ମାସିକା ଭିସାରେ ଯାଇ ସେଠାରେ ଏକ କମ୍ପାନୀ କରିଥିବା ନେଇ ଲୋକଙ୍କୁ ବିଶ୍ୱାସ ଦେଇଥିଲା । ଅଧିକ ଟଙ୍କା ରିଟର୍ଣ୍ଣ ଲୋଭ ଦେଖାଇ କଟକର ଜଣଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଠକି ନେଇଥିବା ସାଇବର ଥାନାରେ ଅଭିଯୋଗ ହୋଇଥିଲା । ତେବେ ସାଇବର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ରାୟଗଡ଼ାରୁ ତାକୁ ଗିରଫ କରିଛି । ଏଥିରେ ଆଉ କିଏ କିଏ ସାମିଲ ଅଛନ୍ତି ସେ ନେଇ ତଦନ୍ତ ଜାରି ରହିଛି । ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ଜଗମୋହନ ମୀନା ।
ଡିପ୍ଲାମୋ ଇଞ୍ଜିନିୟର ହୋଇ ବି ଲୋକଙ୍କୁ ଠକୁଥିଲା , ଏବେ ସାଇବର ପୋଲିସ ହାତରେ ଧରା ପଡିଲା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











