The Ultimate Managed Hosting Platform
ADVERTISEMENT

ଆମେରିକାର ଡ୍ରୋନ ଷ୍ଟ୍ରାଇକ୍‌, ନିପାତ ହେଲା ଅଲକାଏଦା ମୁଖ୍ୟ ଜୱାହିର୍ ।

Facebook
Twitter
LinkedIn

ବ୍ୟୁରୋ ୨ା୮: ନିପାତ ହୋଇଛି ପ୍ରଖ୍ୟାତ ଆତଙ୍କବାଦୀ ସଂଗଠନ ଅଲକାଏଦାର ମୁଖିଆ ଅଲ୍ ଜୱାହିର୍ ।ଆମେରିକାର ଡ୍ରୋନ ଆକ୍ରମଣରେ ପ୍ରାଣ ହରାଇଛି ଏହି କୁଖ୍ୟାତ ଆତଙ୍କବାଦୀ । ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏର ଏୟାର ଷ୍ଟ୍ରାଇକ୍‌ରେ ନିପାତ ହୋଇଥିବା ସୂଚନା ଦେଇଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ । ୯-୧୧ ଆକ୍ରମଣରେ ସାମିଲ ଥିଲା ଏହି କୁଖ୍ୟାତ ଆତଙ୍କବାଦୀ । ଯେଉଁ ଆକ୍ରମଣରେ ପ୍ରାଣ ହରାଇଥିଲେ ୨୯୭୭ ଜଣ ।

ଜୱାହିର୍ ଉପରେ ୨୫ ମିଲିୟନ ଡଲାରର ପୁରସ୍କାର ରାଶି ମଧ୍ୟ ଘୋଷଣା ରହିଥିଲା । ତେବେ ସେ କାବୁଲର ଏକ ଘରେ ଲୁଚିଥିବା ବେଳେ ତାଲିବାନ ସରକାର ଏହି ଖବର ଦେଇଥିବା ଆମେରିକାର ଜଣେ ଅଧିକାରୀ କହିଛନ୍ତି । ସେ ଯେଉଁଠି ଲୁଚିଥିଲା ସେଠାରେ ତାଲିବାନ ନେତା ସିରାଜଉଦ୍ଦିନ୍ ହକ୍କାନୀର ଘର ବି ରହିଥିଲା । ଯାହା ଆମେରିକା ଦୂତାବାସ ନିକଟରୁ ଏହା ବିଶେ ଦୂରତା ନଥିଲା । ସିଏନ୍‌ଏ୍‌ନ୍‌ର ରିପୋର୍ଟ ଅନୁଯାୟୀ ଜୋ ବାଇଡେନ ଜୱାହିର୍‌କୁ ନିପାତ କରିବାକୁ ଦେଇଥିଲେ ନିର୍ଦ୍ଦେଶ ।

ଯାହା ଫଳରେ ଏନେଇ ଏକ ଗୁପ୍ତ ବୈଠକ ଓ ବଡ ଯୋଜନା କରାଯାଇଥିଲା । ଆମେରିକାର ଗୁଇନ୍ଦା ସଂସ୍ଥା ଏହାକୁ ନେଇ ଦୀର୍ଘ ଦିନ ଧରି କାର୍ଯ୍ୟ କରି ଆସୁଥିଲା । ଜୱାହିର୍ ଯେଉଁ ଘରେ ଲୁଚିଥିଲା ସେହି ଘରର ନକ୍ସା ମଡେଲ ପ୍ରସ୍ତୁତ ହେବା ପରେ କରାଯାଇଥିଲା ଡ୍ରୋନ୍ ଆକ୍ରମଣ । ଏହି ଆକ୍ରମଣରେ ଯେମିତି ସାଧାରଣ ଲୋକେ କ୍ଷତି ନହୁଅନ୍ତି ଏନେଇ ରହିଥିଲା ବାଇଡେନଙ୍କ କଡା ନିର୍ଦ୍ଦେଶ । ଆକ୍ରମଣ ପୂର୍ବରୁ ତାର ପତ୍ନୀ ଝିଅ ଓ ପରିବାରକୁ ଚିହ୍ନଟ କରିବା ସହ ଆମେରିକାର ଅଧିକାରୀ ତାର ଗତିବିଧି ଉପରେ ରଖିଥିଲେ କଡା ନଜର ।

ଏପରି ଯୋଜନା ପ୍ରସ୍ତୁତ ହୋଇଥିଲା କି ଯେପରି କୌଣସି ଘର କିମ୍ବା ବିଲ୍ଡିଂ କ୍ଷତି ନହେବ । ସହର ମଧ୍ୟରେ ତାର ଘର ଥିବାରୁ ଆମେରିକା ପାଇଁ ଏହା ମଧ୍ୟ ଏକ ବଡ ଚ୍ୟାଲେଞ୍ଜ ଥିଲା । ଶେଷରେ ଗତ ଶନିବାର ଦିନ ହେଲ୍ପ ଫେୟାର ମିଶାଇଲ ମାଡ କରିଥିଲା ଆମେରିକା । ଯାହାକି ଏହାକୁ ତାର ଘର ବାରଣ୍ଡାକୁ କରାଯାଇଥିଲା ମାଡ । ଯେଉଁଥିଲେ ଜୱାହିର୍‌ର ନିପାତ ହୋଇଥିଲା ଓ ତାର ପରିବାରକୁ କୌଣସି କ୍ଷତି ପହଂଚି ନଥିବା ଆମେରିକାର ଗୁଇନ୍ଦା ସଂସ୍ଥା ସୂଚନା ଦେଇଥିଲା ।
ବ୍ୟୁରୋ ରିପୋର୍ଟ ଶପଥ ନ୍ୟୁଜ୍ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login