The Ultimate Managed Hosting Platform
ADVERTISEMENT

ରାଷ୍ଟ୍ରପତିଙ୍କୁ ଭେଟିବେନି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

Facebook
Twitter
LinkedIn

ଭୁବନେଶ୍ୱର,୨ା୮: ଆସନ୍ତାକାଲି ଅଗଷ୍ଟ ୩ ତାରିଖ । ବିଧାୟକ ମାନେ ଦିଲ୍ଲୀ ଯାଇ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟୁବାର ରହିଛି କାର୍ଯ୍ୟକ୍ରମ । ମାତ୍ର ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ନରସିଂହ ମିଶ୍ର । ଅସୁସ୍ଥତା କାରଣରୁ ସେ ଦିଲ୍ଲୀ ଯିବେ ନାହିଁ ବୋଲି ସୂଚନା ମିଳିଛି ।


ଓଡିଶାର ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ଏକ ବିଧାୟକ ଦଳ ଆଜି ବାହାରି ବେ ଦିଲ୍ଲୀ । ଏହି ଦଳର ୨୬ ଜଣ ବିଧାୟକ ଓ ମନ୍ତ୍ରୀଙ୍କ ସମେତ କଂଗ୍ରେସ, ବିଜେଡି ଓ ବିଜେପିର ସଦସ୍ୟ ରହିଛନ୍ତି । ସମସ୍ତଙ୍କର କୋଭିଡ୍ ଟେଷ୍ଟ ମଧ୍ୟ ସରିଛି ।

ରିପୋର୍ଟ ନେଗେଟିଭ୍ ଆସିଲା ପରେ ସମସ୍ତେ ଦିଲ୍ଲୀ ଯାଇ ଆସନ୍ତା କାଲି ରାଷ୍ଟ୍ରପତି ଶ୍ରୀମତି ମୁର୍ମୁଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।
ବ୍ୟୁରୋ ରିପୋର୍ଟ ଶପଥ ନ୍ୟୁଜ୍ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login