ନୂଆଦିଲ୍ଲୀ : ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ଟିଆରଏଫକୁ ଆତଙ୍କବାଦୀ ସଂଗଠନ ଘୋଷଣା । ଦି ରେଜିଷ୍ଟ୍ରାନ୍ସ ଫ୍ରଣ୍ଟକୁ ଆତଙ୍କୀ ସଂଗଠନ କହିଲା ଆମେରିକା । ଟିଆରଏଫ ଏକ ବିଦେଶୀ ଆତଙ୍କବାଦୀ ସଂଗଠନ । ପହଲଗାମ ଆକ୍ରମଣ ପାଇଁ ଟିଆରଏଫକୁ ଦାୟୀ କଲା ୟୁଏସ । ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଏପ୍ରିଲ ୨୨ ପହଲଗାମ ଆକ୍ରମଣ ଥିଲା ସବୁଠୁ ଘାତକ ଆକ୍ରମଣ । ଏଥିରେ ୨୫ ଜଣ ପର୍ୟ୍ୟଟକଙ୍କ ସମେତ ୨୬ଜଣଙ୍କ ମୃତ୍ୟୁ ହୋଇଥିଲା । ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ କହିଛନ୍ତି, ଟିଆରଏଫକୁ ବିଶ୍ବ ଆତଙ୍କବାଦୀ ସଂଗଠନ ଘୋଷଣା କରିବା ଟ୍ରମ୍ପଙ୍କ ଆତଙ୍କବାଦ ବିରୋଧୀ ଲଢ଼େଇରେ ପ୍ରତିବଦ୍ଧତାକୁ ଦର୍ଶାଉଛି । ଏହି ଘୋଷଣା ଆମେରିକାର ଜାତୀୟ ସ୍ବାର୍ଥକୁ ସୁରକ୍ଷା ଦେବା ଏବଂ ପହଲଗାମ ଆକ୍ରମଣରେ ନ୍ୟାୟ ଦେବାକୁ ଦର୍ଶାଉଛି ବୋଲି ରୁବିଓ କହିଛନ୍ତି ।
Views: 37











