The Ultimate Managed Hosting Platform
ADVERTISEMENT

କେନ୍ଦ୍ରାପଡାରେ ବନ୍ୟା ସ୍ଥିତି; ଖରସ୍ରୋତା, ବ୍ରାହ୍ଣଣୀ ଓ କାଣୀ ନଦୀରେ ବନ୍ୟା

Facebook
Twitter
LinkedIn

କେନ୍ଦ୍ରାପଡା : ଖରସ୍ରୋତା, ବ୍ରାହ୍ଣଣୀ ଓ କାଣୀ ନଦୀରେ ବନ୍ୟା । ବନ୍ୟା ଯୋଗୁଁ ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥ୍ତି । ବିଭିନ୍ନ ବ୍ଲକକୁ ଯୋଗାଯୋଗ ବିଚ୍ଛିନ୍ନ , ଯାତାୟାତ ଠପ୍ । ରାଜନଗର , ଆଳି, ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବନ୍ୟା । ପାଣି ଘେରରେ ଅନେକ ଗାଁ, ଲୋକେ ହନ୍ତସନ୍ତ । ବନ୍ୟା ଯୋଗୁଁ ଆଳି ବ୍ଲକର ୧୨ ଟି ଫଞ୍ଚାୟତ ପ୍ରଭାବିତ । ମାନପୁର-ଗୋବିନ୍ଦିପୁର ରାସ୍ତାରେ ୭ ଫୁଟ ଉଚ୍ଚ ବନ୍ୟାପାଣି । ରାଜନଗର ଅଞ୍ଚଳର ପ୍ରାୟ ୩୦ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ । ପାଣିରେ ଡଙ୍ଗା ପକାଇ ଯାତାୟାତ କରୁଛନ୍ତି ଲୋକେ ।
ନଦୀ କୂଳିଆ ଲୋକଙ୍କୁ ଘାରିଛି କୁମ୍ଭୀର ଭୟ । ପ୍ରଶାସନ ଦୁଇଦିନ ପରେ ବନ୍ୟା ପିଡିତଙ୍କ ନିକଟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି । ହେଲେ ବିପନ୍ନଙ୍କୁ ରିଲିଫ ପାଇଁ ଏସ.ଆର.ସିଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଥିବା କହିଛନ୍ତି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅଜାମ୍ବର ନାୟକ । ଅନ୍ୟପଟେ ଜରୁରୀକାଳୀନ ପରିସ୍ଥିତି ପାଇଁ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ସମ୍ପୂର୍ଣ ପ୍ରସ୍ତୁତ ଥିବା କହିଛନ୍ତି ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଓ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login