ନୂଆଦିଲ୍ଲୀ :ଭାରତୀୟ ସଶସ୍ତ୍ର ବାହିନୀକୁ ସମ୍ମାନିତ କରିବ ବିସିସିଆଇ । ଅପରେସନ ସିନ୍ଦୂର ର ସଫଳତା ପାଇଁ ମିଳିବ ସମ୍ମାନ । ଆଇପିଏଲ ସମାପନୀ ଉତ୍ସବରେ ହେବ ବିଶେଷ କାର୍ଯ୍ୟକ୍ରମ । ଜୁନ ୩ ଫାଇନାଲ ମ୍ୟାଚ ପୂର୍ବରୁ ବିଶେଷ ଆୟୋଜନ । କାର୍ଯ୍ୟକ୍ରମରେ ସାମିଲ ହେବେ ୩ ସେନା ମୁଖ୍ୟ । ଆଇପିଏଲ ୨୦୨୫ର ଉଦଯାପନୀ ସମାରୋହ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ୨୯ ମଇରେ ପ୍ଲେଅଫ ମ୍ୟାଚ ଖେଳାଯିବ । ମୁଲ୍ଲାଙ୍ଗପୁରରେ କ୍ବାଲିଫାୟାର ୧ବିଜେତା ପ୍ରଥମ ଫାଇନାଲଷ୍ଟି ମିଳିବ । ସେହିପରି ଜୁନ ୧ ତାରିଖରେ କ୍ବାଲିଫାୟାର ୨ ଟିମ୍ ମିଳିବ । ଦୁହେଁ ୩ ଜୁନରେ ଫାଇନାଲ ପାଇଁ ଅହମଦାବାଦରେ ପହଞ୍ଚିବେ । ଆଇପିଏଲ ଫାଇନାଲ ପୂର୍ବରୁ ସଶସ୍ତ୍ର ବାହିନୀର ସାହସ ଏବଂ ନିଃସ୍ୱାର୍ଥପର ସେବାକୁ ସମ୍ମାନ ଜଣାଇବା ପାଇଁ ବିସିସିଆଇ ଦେଶର ବୀରମାନଙ୍କ ସମାପନୀ ଉତ୍ସବକୁ ଉତ୍ସର୍ଗ କରିବାକୁ ନିଷ୍ପତ୍ତି ନେଇଛି ବୋଲି ସଚିବ ଦେବଜିତ ସାଇକିଆ ପ୍ରକାଶ କରିଛନ୍ତି ।
Views: 10