ଭଦ୍ରକ : ଭୁଲ ଅଲଟ୍ରାସାଉଣ୍ଡ ରିପୋର୍ଟରୁ ଶିଶୁ ମୃତ୍ୟୁ ଅଭିଯୋଗ । ଚାନ୍ଦବାଲି ବାଇପାସ ଛକରେ ଟାୟାର ଜାଳି ରାସ୍ତାରୋକ । ରାସ୍ତାରେ ଶିଶୁର ମୃତଦେହ ରଖି ଲୋକଙ୍କ ପ୍ରତିବାଦ । ପରିବାର ଲୋକେ କ୍ଲିନିକ୍ ସମ୍ମୁଖରେ ରାତିତମାମ ଧାରଣା ଦେଇଥିଲେ । ଆଜି ସକାଳୁ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି ପୁରା ପରିବାର ବର୍ଗ । ଘଟଣାସ୍ଥଳରେ ଭଦ୍ରକ ଟାଉନ ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି ।
ସୂଚନା ଅନୁଯାୟୀ, ଭଦ୍ରକ ତିହିଡି଼ ଥାନା ଅଧିନସ୍ଥ ଦୋଳସାହି ରାଢ଼ଙ୍ଗ ଅଞ୍ଚଳର ପ୍ରଫୁଲ୍ଲ ଗିରି ତାଙ୍କ ସ୍ତ୍ରୀଙ୍କ ଡେଲିଭରି ପାଇଁ ଗତ ୨୫ ତାରିଖରେ ଏହି କ୍ଲିନିକ୍ ରେ ଅଲଟ୍ରାସାଉଣ୍ଡ କରାଇଥିଲେ । ପିଲାଟି ସୁସ୍ଥ ଥିବା ରିପୋର୍ଟ ମିଳିଥିଲା । ଗତକାଲି ସ୍ତ୍ରୀଙ୍କ ଯନ୍ତ୍ରଣା ହେବାରୁ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ମୃତ ଶିଶୁ ଜନ୍ମ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଶିଶୁଟି ମାଆ ପେଟରେ ହିଁ ମରିଯାଇଥିବା ବେଳେ ଅଲଟ୍ରାସାଉଣ୍ଡ୍ ରିପୋର୍ଟରେ କିଭଳି ଶିଶୁଟି ସୁସ୍ଥ ଥିବା କୁହାଗଲା । ଏନେଇ ପରିବାର ଲୋକେ କ୍ଲିନିକ୍ ସମ୍ମୁଖରେ ଧାରଣା ଦେଇଛନ୍ତି ।
ଭୁଲ ଅଲଟ୍ରାସାଉଣ୍ଡ ରିପୋର୍ଟରୁ ଶିଶୁ ମୃତ୍ୟୁ ଅଭିଯୋଗ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











