ଭୁବନେଶ୍ୱର : ବିଧାନସଭାରେ ପାର୍ିତ ହେଲା ବିଶ୍ୱ ବିଦ୍ୟାଳୟ ସଂଶୋଧିତ ବିଲ୍ । ଭୋର ୪ଟା ୨୯ ମିନିଟରେ ବିଲ ବିଧାନସଭାରେ ପାରିତ । ବିଶ୍ୱ ବିଦ୍ୟାଳୟ ବିଲ୍ ନେଇ ବିଧାନସଭାରେ ସରଗରମ ଆଲୋଚନା । ସାରା ରାତି ଆଲୋଚନା ପରେ ପାରିତ ହେଲା ସଂଶୋଧିତ ବିଲ୍ । ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ୨୦୨୪ରେ ଯେଉଁ ବିଲ୍ ଅଣାଯାଇଛି ତାହା ୧୯୮୯ ବିଲକୁ ସଂଶୋଧନ କରାଯାଇଛି । ବିଲ୍ ର ବୈଧତା କଣ ଅଛି ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟରେ ଆଲୋଚନା ହେବ । ୟୁଜିସି ଡ୍ରାଫ୍ଟଗାଇଡ ଲାଇନ, NEP ଗାଇଡ୍ ଲାଇନ ଓ ନୂଆ ବିଲ୍ ମଧ୍ୟରେ ତାଳମେଳ ନାହିଁ । ବିଲ୍ ଉପରେ ସାଢେ ୧୨ ଘଣ୍ଟା ଆଲୋଚନା ହୋଇଥିଲା । ଅରୁଣ ସାହୁ କେବଳ ୩ ଘଣ୍ଟା ୧୦ ମିନିଟ୍ ଭାଗ ନେଇଥିବା କହିଛନ୍ତି । ଏହି ବିଲ୍ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି କହିଛନ୍ତି ବିଜେପି ବିଧାୟକ ଇରାଶିଷ ଆଚାର୍ୟ୍ୟ ।
Views: 25