ନୂଆଦିଲ୍ଲୀ : ଭାରତ ଉପରେ ୨୬% ଟାରିଫ ଲଗାଇଲା ଆମେରିକା । ଭାରତ ଉପରେ ୨୬% ପାଲଟା ଶୁଳ୍କ ଲଗାଇଲା ଆମେରିକା । ଭାରତୀୟ ଦ୍ରବ୍ୟ ଆମଦାନୀ ଉପରେ ରହିବ ୨୬ ଟାରିଫ । ଚୀନ ଉପରେ ୩୪% ଓ ଜାପାନ ଉପରେ ୨୪% ଟାରିଫ । ଆମେରିକା ରାଷ୍ଟ୍ରପତି ଭାରତ ଉପରେ ୨୬ ପ୍ରତିଶତ ରେସିପ୍ରୋକାଲ ଟାରିଫ ଲଗାଇବାର ଘୋଷଣା କରିଛନ୍ତି । ଟ୍ରମ୍ପ କହିଛନ୍ତି ଯେ ଆମେରିକାରୁ ଆମଦାନୀ କରୁଥିବା ସାମଗ୍ରୀ ଉପରେ ଭାରତ ୫୨ ପ୍ରତିଶତ ଶୁଳ୍କ ଆଦାୟ କରୁଛି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ମୋର ଜଣେ ଭଲ ବନ୍ଧୁ, କିନ୍ତୁ ଟାରିଫ କ୍ଷେତ୍ରରେ ଭାରତ ଆମକୁ ଉଚିତ ବ୍ୟବହାର କରୁନାହିଁ । ତେବେ ଟ୍ରମ୍ପଙ୍କ ଟାରିଫ ଯୋଗୁଁ ଭାରତର ଜିଡିପି ଉପରେ ପ୍ରାୟ ୨ ଲକ୍ଷ ୬୬ ହଜାର କୋଟି ଟଙ୍କାର ପ୍ରଭାବ ପଡ଼ିପାରେ। ଇଲେକ୍ଟ୍ରୋନିକ୍ସ, ଆଇଟି, ଟେକ୍ସଟାଇଲ ଆଦି କ୍ଷେତ୍ର ପ୍ରଭାବିତ ହୋଇପାରେ । ୨୦୨୪ରେ ଭାରତର ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ୩୨ ପ୍ରତିଶତ ରପ୍ତାନୀ ଆମେରିକାକୁ କରିଥିଲା । ତେଣୁ ଇଲେକ୍ଟ୍ରୋନିକ୍ସି କ୍ଷେତ୍ର ପ୍ରଭାବିତ ହୋଇପାରେ । ଆମେରିକା ଟେକ୍ସଟାଇଲ ବଜାରରେ ଚୀନ ଓ ଭିଏତନାମ ସାମଗ୍ରୀର ସେୟାର ଅଧିକ ରହିଛି। କିନ୍ତୁ ଉଭୟ ଦେଶ ଉପରେ ଭାରତଠାରୁ ଅଧିକ ଟିକସ ଲାଗିଥିବାରୁ, ଭାରତ ସାମଗ୍ରୀର ଚାହିଦା ବଢିବା ସମ୍ଭାବନା ରହିଛି। ଭାରତରୁ ୫୭ ପ୍ରତିଶତ ପଲିସଡ ଡାଇମଣ୍ଡ ଆମେରିକାକୁ ରପ୍ତାନୀ ହୁଏ। ଏହା ଉପରେ କୌଣସି ଟିକସ ପଡୁ ନଥିଲା। ଏବେ ଟିକସ ପଡିଲେ, ଭାରତୀୟ ହୀରା ବ୍ୟବସାୟ କ୍ଷତି ସହିବା ଆଶଙ୍କା ରହିଛି । କିନ୍ତୁ ସୁନାରୂପା ଏବଂ ଫାର୍ମା ସେକ୍ଟର ଉପରେ ଟାରିଫ ଲାଗି ନାହିଁ। ଟ୍ରମ୍ପ ଚୀନ୍ ଉପରେ ୩୪ ପ୍ରତିଶତ, ୟୁରୋପୀୟ ସଂଘ ଉପରେ ୨୦ ପ୍ରତିଶତ, ଭିଏତନାମ ଉପରେ ୪୬ ପ୍ରତିଶତ, ତାଇୱାନ ଉପରେ ୩୨ ପ୍ରତିଶତ ଓ ଜାପାନା ଉପରେ ୨୪ ପ୍ରତିଶତ ପାଲଟା ଟିକସ ଲଗାଇଛନ୍ତି । ଅଟୋମୋବାଇଲ କ୍ଷେତ୍ର ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ ପାଇଁ ଘୋଷଣା କରିଛନ୍ତି ଟ୍ରମ୍ପ । ଟ୍ରମ୍ପ ଏହି ଟାରିଫକୁ ”ଆମେରିକାର ଆର୍ଥୀକ ସ୍ବତନ୍ତ୍ରତା”ର ଘୋଷଣା ବୋଲି କହିଛନ୍ତି । ଆମେରିକା ଶିଳ୍ପ ଓ ବାଣିଜ୍ୟ ଜଗତକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଟ୍ରମ୍ପ ଏହି ନୀତି ଘୋଷଣା କରିଛନ୍ତି ।
ଭାରତ ଉପରେ ୨୬% ଟାରିଫ ଲଗାଇଲା ଆମେରିକା
Facebook
Twitter
LinkedIn
Facebook
Twitter
LinkedIn
Recent News
Parhaat Sweepstakes Casinon bonukset ilman talletusta oikean rahan palkintoihin elokuussa 2026
Kun olet valinnut talletusvapaan kasinobonuksen ja lunastanut sen (varmista), Pottila alue että täytät kierrätysvaatimukset annetun aikarajan sisällä. Etsitpä sitten uutta...
The official website for Indian players is RajBet Online Casino.
No additional promo code is mandatory for base participation; the bonus relates to the initial deposit and fulfills standard wagering...
Top 10 USA Online Casinos for Real Money support and incident response before launch Gambling in 2026
This blackjack game offers the best odds of any in the US. If the dealer busted with a 22, remaining...
Top Online Casinos for Real Money in 2026
New players in the online gambling world are advised to use cryptocurrency when engaging with top mobile casinos. By depositing...







