ପେଜରେ ପ୍ରଚୁର ପରିମାଣରେ ଫାଇବର ଥାଏ । ଏହା ପାଚନ ପ୍ରକ୍ରିୟାକୁ ଉନ୍ନତ କରିବାରେ ସାହାଯ୍ୟ କରେ ଏବଂ ପେଟରେ ଥିବା ଭଲ ବ୍ୟାକ୍ଟେରିଆକୁ ସକ୍ରିୟ କରେ । ଏଥିରେ ଆମିନୋ ଏସିଡ୍, ଭିଟାମିନ୍ ବି, ଭିଟାମିନ୍ ଇ, ଆଣ୍ଟିଅକ୍ସିଡାଣ୍ଟ, ମ୍ୟାଗ୍ନେସିୟମ୍, ଫାଇବର, ଜିଙ୍କ୍ ଏବଂ ମାଙ୍ଗାନିଜ୍ ମଧ୍ୟ ମିଳିଥାଏ, ଯାହା ସ୍ୱାସ୍ଥ୍ୟ, ଚର୍ମ ଏବଂ କେଶ ପାଇଁ ଲାଭଦାୟକ । ଏଥିରେ ଥିବା ଭିଟାମିନ୍ ଏବଂ ଖଣିଜ ପଦାର୍ଥ ପେଟ ସ୍ୱାସ୍ଥ୍ୟ ଭଲ ରଖିବାରେ ସାହାଯ୍ୟ କରିଥାଏ । ଯଦି ଆପଣ ଓଜନ କମ କରିବାକୁ ଏବଂ ମେଦବହୁଳତା କମାଇବାକୁ ଚାହାଁନ୍ତି, ତେବେ ପ୍ରତିଦିନ ପେଜ ପିଅନ୍ତୁ । ପେଜରେ କ୍ୟାଲୋରିର ପରିମାଣ ବହୁତ କମ୍ । ଏହାକୁ ପିଇବା ଦ୍ୱାରା ଆପଣଙ୍କ ଶରୀରରେ ଜମା ହୋଇଥିବା ଅତିରିକ୍ତ ଚର୍ବି ସହଜରେ ତରଳିଯାଏ । ଏହାକୁ ତିଆରି କରିବା ପାଇଁ, ଚାଉଳରେ ଅଧିକ ପାଣି ମିଶାନ୍ତୁ । ଭାତ ସିଝିଗଲେ, ଏହାକୁ ଛାଣି ଥଣ୍ଡା କରି ପିଅନ୍ତୁ । ଏହା ଓଜନ କମ ପାଇଁ ଏକ ଔଷଧ ପରି ହୋଇଥାଏ । ସେଥିପାଇଁ ଯେଉଁମାନେ ସୁସ୍ଥ ରହିବା ପାଇଁ ଚାହୁଁଛନ୍ତି, ସେମାନେ ପ୍ରତିଦିନ ନିଜ ଡାଏଟରେ ପେଜ ସାମିଲ କରିପାରିବେ ।
ପେଜ ଦ୍ୱାରା ସ୍କିନରେ ଥିବା ଦାଗ ଦୂର ହୋଇଥାଏ । ଏଥିପାଇଁ ପେଜକୁ ଥଣ୍ଡା କରି ଏହାକୁ ଚେହେରାରେ ଲଗାନ୍ତୁ । ଶୁଖିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ବ୍ରଣ ସମସ୍ୟାକୁ ବି ଦୂର କରିଥାଏ । କେବଳ ଏତିକି ନୁହେଁ ଏହାକୁ ସାମ୍ପୁ ଆକାରରେ ମଧ୍ୟ ବ୍ୟବହାର କରାଯାଇଥାଏ । ପେଜକୁ କେଶରେ ଲଗାଇ ଥଣ୍ଡା ପାଣିରେ ଧୋଇବା ଦ୍ୱାରା କେଶରେ ଚମକ ବୃଦ୍ଧି ହୋଇଥାଏ ।
ପେଜ ପିଇବା ଦ୍ୱାରା ମିଳିବ ଏହି ସବୁ ଫାଇଦା

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...