ବ୍ୟୁରୋ : ଅଁଳା… ଶରୀରର ପ୍ରତିରୋଧକ କ୍ଷମତା ବଢ଼ାଇବା ହେଉ ବା ଖାଇବା ଦ୍ୱାରା ପାଚନ କ୍ରିୟା ମଜବୁତ ହେଉ ସବୁଥି ପାଇଁ ଲାଭ ଦାୟକ ହୁଏ । ଅଁଳାରେ ଭିଟାମିନ୍ ସି, ଆଣ୍ଟିଅକ୍ସିଡାଣ୍ଟ, କ୍ୟାଲସିୟମ, ଆଇରନ୍, ପୋଟାସିୟମ ଭଳି ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ରହିଛି ।କେଶ ଏବଂ ଆଖି ପାଇଁ ମଧ୍ୟ ଅଁଳା ବହୁତ ଲାଭଦାୟକ । ଅଁଳା ଆମକୁ ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ । ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟରରେ ଭରପୂର ଅଁଳା ।ଏହା ଖାଇବା ଦ୍ବାରା ଥଣ୍ଡା ଏବଂ ଜ୍ୱର ଭଳି ରୋଗରୁ ମୁକ୍ତି ଦେଇଥାଏ । ଏହା ସେବନ କଲେ ଇମ୍ୟୁନିଟି ପାୱାରକୁ ବଢାଇଥାଏ । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହିତ, ଏହା ପାଚନ ଶକ୍ତିକୁ ଉନ୍ନତ କରିଥାଏ । ହାର୍ଟ ଜନିତ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଏହା ସହିତ ଡାଇବେଟିସ ଭଳି ରୋଗରୁ ମଧ୍ୟ ରକ୍ଷା କରିଥାଏ । ଯାହା ସ୍ବାସ୍ଥ୍ୟ ବ୍ୟତୀତ ଘନ ଏବଂ ସୁନ୍ଦର କେଶ ପାଇଁ ଭଲ ବୋଲି ବିବେଚନା କରାଯାଇଥାଏ । ଏହା ସହିତ ଅଁଳା ଆପଣଙ୍କ କୋଲେଷ୍ଟ୍ରଲ୍ ସ୍ତରକୁ କମ କରିବାରେ ଏବଂ ରକ୍ତଚାପକୁ ଉନ୍ନତ କରିବାରେ ସାହାଯ୍ୟ କରେ ।କେବଳ ଏତିକି ନୁହେଁ ଅଁଳା ଆପଣଙ୍କ ମେମୋରୀ ପାୱାରକୁ ମଧ୍ୟ ମଜବୁତ କରିଥାଏ । ଏହା ସେବନ କରିବା ଦ୍ବାରା ତ୍ବଚାରେ ଏକ ଭିନ୍ନ ଚମକ ଆଣିଥାଏ । ତେଣୁ ଏହାକୁ ସେବନ କରିବା ଆମ ସ୍ୱାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ । ଯଦି ଆପଣ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ପ୍ରତ୍ୟେକ ଦିନ ଅଁଳା ପାଣି ପିଇବା ଅଭ୍ୟାସ କରନ୍ତୁ, ଦେଖିବେ ଆପଣଙ୍କର ସମସ୍ତ ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ ।
ଓଜନ ହ୍ରାସଠୁ ଆରମ୍ଭ କରି ଅନେକ ସମସ୍ୟା ଦୂର କରେ ଅଁଳା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











