ନୂଆଦିଲ୍ଲୀ : “ଅପରେସନ ସିନ୍ଦୂର” ବିତର୍କରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହଙ୍କ ବଡ ମନ୍ତବ୍ୟ । ପହଲଗାମ ଆକ୍ରମଣ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନେଇ ରଖିଲେ ମତ । ଅପରେସନ ମହାଦେବରେ ନିହତ ୩ ଆତଙ୍କବାଦୀଙ୍କ ତଥ୍ୟ ଦେଲେ । ପହଲଗାମ ଆକ୍ରମଣରେ ଯେଉଁ ୩ ଆତଙ୍କୀ ଆକ୍ରମଣ କରିଥିଲେ ମୃତ । ଯେଉଁ ଆତଙ୍କବାଦୀ ଟୁରିଷ୍ଟଙ୍କୁ ମାରିଥିଲେ , ଆମେ ସେମାନଙ୍କୁ ମାରିଛୁ । ଆତଙ୍କୀ ସୁଲେମାନ , ଆଫଗାନ , ଜୀବ୍ରନ ମୃତ ବୋଲି ଗୃହକୁ ଅବଗତ କଲେ । ଆର୍ମି , ସିଆରପିଏଫ , ଜମ୍ମୁ-କାଶ୍ମୀର ପୋଲିସର ମିଳିତ ଅପରେସନରେ ସଫଳତା । ସାଧାରଣ ନାଗରିକଙ୍କୁ ଧର୍ମ ପଚାରି ପରିବାର ପରିବାର ସାମ୍ନାରେ ମାରିଥିଲେ ।
ଅପରେସନ ସିନ୍ଦୂରକୁ ନେଇ ସଂସଦରେ ମଙ୍ଗଳବାର କ୍ରମାଗତ ୨ୟ ଦିନ ପାଇଁ ଆରମ୍ଭ ହୋଇଛି ବିତର୍କ । ଏହି ବିତର୍କରେ ଉଭୟ ଶାସକ ଏବଂ ବିରୋଧୀ ଦଳର ସାଂସଦମାନେ ଅଂଶଗ୍ରହଣ କରିଛନ୍ତି । ପହଲଗାମ ଆକ୍ରମଣରେ ଯେଉଁମାନେ ଆମ ୨୬ ନାଗରିକଙ୍କୁ ହତ୍ୟା କରିଥିଲେ ସେମାନ ଅପରେସନ ମହାଦେବରେ ନିହତ ହୋଇଛନ୍ତି ।
ଅମିତ ଶାହା କହିଛନ୍ତି, ସେନାକୁ କାର୍ୟ୍ୟାନୁଷ୍ଠାନ ନେବା ଲାଗି ପୂର୍ଣ୍ଣ ସ୍ଵାଧୀନତା ଦିଆଯାଇଥିଲା । ସେମାନେ ଆତଙ୍କବାଦୀଙ୍କ ଠିକଣାକୁ ଚୂରମାର କରିଦେଇଛନ୍ତି । ଯେଉଁମାନେ ଆତଙ୍କବାଦୀଙ୍କୁ ପଠାଇଥିଲେ ଆମେ ସେମାନଙ୍କ ଘରେ ପଶି ମାରିଲୁ । ଯେଉଁମାନେ ମାରିବାକୁ ଆସିଥିଲେ ସେମାନଙ୍କୁ ଖୋଜି ଖୋଜି ମାରିଲୁ । ଆତଙ୍କୀମାନଙ୍କୁ ମାରି ଭାରତୀୟ ସେନା, ସିଆରପିଏଫ, ଜମ୍ମୁ-କଶ୍ମୀର ପୋଲିସ ମିଳିତ ଭାବେ ଅପରେସନ ମହାଦେବକୁ ସଫଳ କରାଇଛନ୍ତି।
ପହଲଗାମ ଆକ୍ରମଣରେ ସମ୍ପୃକ୍ତ ୩ ଆତଙ୍କୀ ମୃତ , ଦ୍ୱିତୀୟ ଦିନରେ ଚାଲିଛି ମହାବିତର୍କ

Facebook
Twitter
LinkedIn
Facebook
Twitter
LinkedIn
Recent News
ବନ୍ୟା ପାଣିରେ ଭାସିଗଲେ ଦୁଇ ବ୍ୟକ୍ତି
ପଟ୍ଟାମୁଣ୍ଡାଇ : ବନ୍ୟା ପାଣିରେ ଭାସିଗଲେ ଦୁଇ ଜଣ ବ୍ୟକ୍ତି । ଜଣେ ସୁରକ୍ଷିତ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ।...
ଡବଲ୍ ମର୍ଡର : ମାଟି ତଳୁ ଶବ ଉଦ୍ଧାର !
ବାରିପଦା : କୁଳିଅଣା ଥାନା ନୂଆଗାଁରେ ଡବଲ ମର୍ଡର । ମାଟି ତଳୁ ସ୍ତ୍ରୀ ଓ ଶାଶୁଙ୍କ ମୃତଦେହ ଉଦ୍ଧାର । ଗତ ୧୫ ତାରିଖରୁ ନିଖୋଜ...
ମନ୍ତ୍ରୀଙ୍କୁ ଠକେଇ , ଜଣେ ଗିରଫ
ଭୁବନେଶ୍ୱର : ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଠକିଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ପୁଲିସ । ଗିରଫ ହୋଇଥିବା ବ୍ୟକ୍ତି ହେଉଛନ୍ତି ବଣସିଂ...
ବାଘ ଶୂନ୍ୟ ସାତକୋଶିଆ : ପିସିସିଏଫ
ଭୁବନେଶ୍ୱର : ବାଘ ଶୂନ୍ୟ ହୋଇଯାଇଛି ସାତକୋଶିଆ କହିଲେ ପିସିସିଏଫ ପ୍ରେମ ଝା । ସାତ କୋଶିଆକୁ ବର୍ତ୍ତମାନ କୈାଣସି ବାଘ ଆଣିବାକୁ ଯୋଜନା ନାହିଁ ।...