ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁୁ ବିଭିନ୍ନ ସ୍ଥାନରେ ଜମିଲା ପାଣି । ରାସ୍ତାଘାଟ, ଗଳିକନ୍ଦିରେ ଲହଡି ମାରିଲା ବର୍ଷା ପାଣି । ରାସ୍ତାରେ ଯାତାୟତ ବାଧାପ୍ରାପ୍ତ , ଅଟକିଲା ଗାଡିମୋଟର । ଦିଲ୍ଲୀ, ଗାଜିଆବାଦ, ଫରିଦାବାଦ, ଗ୍ରେଟର ନୋଏଡା ସମେତ ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଲାଗିରହିଛି। ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳର ରାସ୍ତା ପାଣିରେ ବୁଡ଼ି ରହିଥିବା ସହ ବିମାନବନ୍ଦରର ରନୱେ ମଧ୍ୟ ପାଣିରେ ବୁଡ଼ି ରହିଛି। ବର୍ଷା ପାଇଁ ଉଡ଼ାଣ ଓ ଅବତରଣ ବିଳମ୍ବ ହେଉଥିବାରୁ ସ୍ପାଇସ୍ଜେଟ୍ ଓ ଏୟାର ଇଣ୍ଡିଆ ଭଳି ବିମାନ କମ୍ପାନିମାନେ ମଧ୍ୟ ଯାତ୍ରୀଙ୍କୁ ବିମାନ ଉଡ଼ାଣର ସମୟ ଯାଞ୍ଚ କରି ଘରୁ ବାହାରିବାକୁ ପରାମର୍ଶ ଦେଇଛନ୍ତି। ଦିଲ୍ଲୀ, ଗାଜିଆବାଦ, ଫରିଦାବାଦ, ଗ୍ରେଟର ନୋଏଡା ସମେତ ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଲାଗିରହିଛି। ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳର ରାସ୍ତା ପାଣିରେ ବୁଡ଼ି ରହିଥିବା ସହ ବିମାନବନ୍ଦରର ରନୱେ ମଧ୍ୟ ପାଣିରେ ବୁଡ଼ି ରହିଛି।
Views: 45











