ଭୁବନେଶ୍ୱର : ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବୋମାମାଡ । ମଞ୍ଚେଶ୍ୱର ଥାନା ପଦ୍ମକେଶରପୁର ଗାଁରେ ଗୋଷ୍ଠୀ ସଂଘର୍ଷ । ଗୋଟିଏ ପରିବାରର ୨ ଜଚ୍ଚଙ୍କୁ ମରଣାନ୍ତକ ଆକ୍ରମଣ । ୨ ଗୁରୁତର ମେଡିକାଲରେ ଭର୍ତ୍ତି । ଗାଁରେ ୨ ପ୍ଲାଟୁନ ଫୋର୍ସ ମୁତୟନ । ସୁଧ ଟଙ୍କା ଆହାୟକୁ ନେଇ ଗଣ୍ଡଗୋଳ ହୋଇଥିବା ସୂଚନା ।
ସୂଚନା ଅନୁଯାୟୀ, ଗଚ୍ଛବର୍ଷ ଅକ୍ଟୋବରରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପଦ୍ମକେଶରପୁର ଓ କୋଳାସାହି ମଧ୍ୟରେ ଭୟାନକ ଗୋଷ୍ଠୀ ସଂଘର୍ଷ ହୋଇଥିଲା ।ଆକ୍ରମଣ ପ୍ରତି ଆକ୍ରମଣରେ ୨୦ରୁ ଅଧିକ ଆହତ ହୋଇଥିଲେ । ଏଥିରେ ଟେକା ପଥର ସହ ବୋମାମାଡ ହୋଇଥିଲା । ଦୁଇ ସାହି ମଧ୍ୟରେ ଚାପି ଉତ୍ତେଜନା ଦେଖାଇଦେଇଥିଲା । ୧୪୪ ଧାରା ଲାଗୁ କରିବାକୁ ପ୍ରଶାସନ ବାଧ୍ୟ ହୋଇଥିଲା । ଆଉ ଗିରଫଦାରୀ ଭୟରେ ପୁରା ଗାଁ ପୁରୁଷଶୂନ୍ୟ ହୋଇଥିଲା । ଏହି ଘଟଣାରେ ୭୭ ଜଣ ପୁରୁଷଙ୍କୁ ଗିରଫ କରାଯାଇଥିବା ବେଳେ ୭୦ ଜଣ ମହିଳାଙ୍କୁ ଉଠାଇନେଇଥିଲା ପୋଲିସ ।
Views: 57