ଭୁବନେଶ୍ୱର : ୨ ବିଧାୟକଙ୍କ ସଭ୍ୟପଦ ରଦ୍ଦ । ବିଧାୟକ ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ସଭ୍ୟପଦ ରଦ୍ଦ । ସଭ୍ୟପଦ ରଦ୍ଦ ନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ । ସମ୍ବିଧାନର ନିୟମ ମୁତାବକ କାର୍ୟ୍ୟାନୁଷ୍ଠାନ ନେବା ସହିତ ବାଚସ୍ପତି ପ୍ରମିଳା ମଲ୍ଲିକ ଜୟଦେବ ବିଧାୟକ ଓ ତେଲକୋଇ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତି । ଏହି ଦୁଇ ବିଧାୟକ ବିଜେଡି ଛାଡିବା ପରେ ମାର୍ଚ୍ଚ ୧୮ ତାରିଖରେ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଏନେଇ ବାଚସ୍ପତିଙ୍କ ପାଖରେ ପିଟିସନ୍ ଦାୟର କରିଥିଲେ । ଶୁଣାଣି ପାଇଁ ଦୁଇ ବିଧାୟକଙ୍କୁ ଏଥିପାଇଁ ନୋଟିସ୍ କରାଯାଇଥିଲା । ହେଲେ ନୋଟିସର କୌଣସି ଉତ୍ତର ଖିନଥିଲେ ଦୁଇ ବିଧାୟକ । ଏହାପରେ ବାଚସ୍ପତି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଦୁଇ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତି । ତେବେ ନିକଟରେ ଏହି ଦୁଇ ବିଧାୟକ ବିଜେଡି ଛାଡି ବିଜେପିରେ ସାମିଲ ହେଇଛନ୍ତି । ଏପରିକି ଅରବିନ୍ଦ ଢାଲିଙ୍କୁ ବିଜେପି ଜୟଦେବ ଆସନରୁ ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀ ମଧ୍ୟ ଘୋଷଣା କରିଥିଲା । ଅନ୍ୟପଟେ ପ୍ରେମାନନ୍ଦ ମଧ୍ୟ ଟିକେଟ୍ ପାଇବା ପାଇଁ ରେସରେ ଅଛନ୍ତି ।
ବିଧାୟକ ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ସଭ୍ୟପଦ ରଦ୍ଦ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











