ନୂଆଦିଲ୍ଲୀ: ଆସନ୍ତା ୩୦ରୁ ଆରମ୍ଭ ହେବ ପ୍ରଥମ ଜାତୀୟ ମହିଳା ହକି ଲିଗ୍ । ହକିର ଉନ୍ନତି ପାଇଁ ହକି ଇଣ୍ଡିଆ ମଙ୍ଗଳବାର ଆଉ ଏକ ନୂଆ ପଦକ୍ଷେପ ନେଇଛି। ଜାତୀୟ ହକି ମହିଳା ଲିଗ୍ ନାମରେ ଏକ ପ୍ରତିଯୋଗିତା ଆରମ୍ଭ କରିବାକୁ ଯାଉଛି। ଏହି ଲିଗ୍ର ପ୍ରଥମ ପର୍ୟ୍ୟାୟ ଲାଗି ସୂଚୀ ଘୋଷଣା କରିଛି ହକି ଇଣ୍ଡିଆ। ଚଳିତ ମାସ ୩୦ରୁ ମେ’ ୯ ତାରିଖ ପର୍ୟ୍ୟନ୍ତ ରାଞ୍ଚିରେ ଏହି ଲିଗ୍ ଖେଳାଯିବ। ଭାରତର ଏହା ପ୍ରଥମ ଘରୋଇ ମହିଳା ହକି ଲିଗ୍। ଏଥିରେ ଜାତୀୟ ବରିଷ୍ଠ ମହିଳା ହକି ପ୍ରତିଯୋଗିତାରେ ଶ୍ରେଷ୍ଠ ୮ରେ ଥିବା ଦଳ ହରିୟାଣା, ମହାରାଷ୍ଟ୍ର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ବେଙ୍ଗଲ, ମିଜୋରାମ, ମଣିପୁର ଓ ଓଡ଼ିଶା ଭାଗ ନେଉଛନ୍ତି।ଓଡ଼ିଶା ଉଦ୍ଘାଟନୀ ଦିବସରେ ହରିୟାଣା ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ।
Views: 85











