ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ବୃଦ୍ଧି ପାଉଛି କୋଭିଡ୍ ସଂକ୍ରମଣ । ଆକ୍ଟିଭ କେସ୍ ୬୮୧୫ରେ ପହଞ୍ଚିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ଆଜି ସୁଦ୍ଧା ୬୮୧୫ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଛି । ଗତ ୨୪ ଘଣ୍ଟାରେ ୩୨୪ଟି ନୂଆ ମାମଲା ଚିହ୍ନଟ ହୋଇଛି । ଆଜି ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସବୁଠାରୁ ଅଧିକ ସଂକ୍ରମିତ କେରଳରେ ଚିହ୍ନଟ ହୋଇଛନ୍ତି । କେରଳରେ ୨୦୫୩ କୋଭିଡ ପଜିଟିଭ ଆକ୍ରାନ୍ତ ରହିଛନ୍ତି । ସେହିପରି ଗୁଜରାଟରେ ୧୧୦୯, ଦିଲ୍ଲୀରେ ୬୯୧, ମହାରାଷ୍ଟ୍ରରେ ୬୧୩, ତାମିଲନାଡ଼ୁରେ ୨୦୭, ପଶ୍ଚିମବଙ୍ଗରେ ୭୪୭, ଛତିଶଗଡ଼ରେ ୪୪ ଏବଂ ଆନ୍ଧ୍ରପ୍ରଦେଶରେ ୮୬, କର୍ଣ୍ଣାଟକରେ ୫୫୯ ଆକ୍ରାନ୍ତ ରହିଛନ୍ତି ।
ଅରୁଣାଚଳ ପ୍ରଦେଶ, ମିଜୋରାମ ଏବଂ ମଣିପୁରରୁ ଏ ପର୍ୟ୍ୟନ୍ତ କୌଣସି ମାମଲା ଚିହ୍ନଟ ହୋଇନାହିଁ ।
Views: 45