ଭୁବନେଶ୍ୱର : ୩ଟି ବନ୍ୟା ପ୍ରଭାବିତ ଜିଲ୍ଲା ବୁଲି ଦେଖିବା ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା । ବିଶେଷ କରି ୩ଟି ଜିଲ୍ଲାର ୮ଟି ବ୍ଲକ ପ୍ରଭାବିତ ହୋଇଛି । ବାଲେଶ୍ୱର ଜିଲ୍ଲାର ୪ଟି ବ୍ଲକ ପ୍ରଭାବିତ ହୋଇଛି । ବସ୍ତା, ବାଲିଆପାଳ,ଭୋଗରାଇ, ଜଳେଶ୍ୱର ପ୍ରଭାବିତ ହୋଇଛି । ଭଦ୍ରକ ଜିଲ୍ଲାର ଧାମନଗର ଓ ଭଣ୍ଡାରୀପୋଖରୀ ବ୍ଲକ ପ୍ରଭାବିତ । ଯାଜପୁର ଜିଲ୍ଲାର ଯାଜପୁର ଓ ଦଶରଥପୁର ବ୍ଲକ ପ୍ରଭାବିତ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ବନ୍ୟା ପ୍ରଭାବିତ ଅଞ୍ଚଳରେ ଆହୁରି ସାତ ଦିନ ପର୍ୟ୍ୟନ୍ତ ରନ୍ଧା ଖାଦ୍ୟ ଯୋଗାଇଦିଆଯିବ। ରାସ୍ତା ଓ ଘର ନଷ୍ଟ ହୋଇଛି। ରିପୋର୍ଟ ଆସିବା ପରେ ସହାୟତା ମିଳିବ। ଘର ଭାଙ୍ଗିଥିଲେ ମରାମତି କରାଯିବା।.ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ପରବର୍ତ୍ତୀ ପଦକ୍ଷେପ ନେବା ପାଇଁ କୁହାଯାଇଛି। ପଶୁ ମରିଥିଲେ ସହାୟତା ମଧ୍ୟ ମିଳିବ। ତଳି ଅଞ୍ଚଳରେ ପାଣି ରହିଛି। ଦୁଇ ଦିନ ଭିତରେ ନିୟନ୍ତ୍ରଣକୁ ଆସିବ। . ସାପ କାମୁଡ଼ା ଔଷଧ ମହଜୁଦ୍ ରଖିବାକୁ ହସ୍ପିଟାଲମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ଜିରୋ କାଜୁଆଲ୍ଟି ଉପରେ ଗୁରୁତ୍ଵ ଦିଆଯାଇଛି।
୩ଟି ଜିଲ୍ଲାର ୮ଟି ବ୍ଲକ ବନ୍ୟା ପ୍ରଭାବିତ : ମୁଖ୍ୟମନ୍ତ୍ରୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











