ନୂଆଦିଲ୍ଲୀ : ଦିଲ୍ଲୀରେ ୭ ମହଲା କୋଠାରୁ ଡେଇଁ ବାପା ସହ ୨ ଶିଶୁ ମୃତ । ଦିଲ୍ଲୀ ଦ୍ୱାରକା ଅଞ୍ଚଳର ଆପାର୍ଟମେଣ୍ଟରେ ନିଆଁ ଲାଗିବାରୁ ଡେଇଁ ପଡିଲେ । ନିଆଁ ଲାଗିବାରୁ ୨ ଶିଶୁ ଧରି ବାପା ଡେଇଁ ପଡିବାରୁ ମୃତ୍ୟୁ । ସୂଚନା ମୁତାବକ, ଦିଲ୍ଲୀ ଦ୍ବାରକା ସେକ୍ଟର ୧୩ରେ ଥିବା ଆପାର୍ଟମେଣ୍ଟରେ ନିଆଁ ଲାଗିଲା । ଖବର ପାଇ ଘଟଣାସ୍ଥଳରେ ୮ଟି ଫାୟାର ବ୍ରିଗେଡ୍ ପହଞ୍ଚିଥିଲା । ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ, ଆଖପାଖ ଅଞ୍ଚଳରେ ହଇଚଇ ସୃ୍ଷ୍ଟି ହୋଇଥିଲା । ନିଆଁ ଦେଖି ଆପାର୍ଟମେଣ୍ଟର ୭ ମହଲାରୁ ଜଣେ ବ୍ୟକ୍ତି ଦୁଇ ପିଲାଙ୍କ ସହ ତଳକୁ ଡେଇଁପଡ଼ିଲେ । ସେମାନଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ବି ସେଠାରେ ୩ ଜଣଙ୍କୁ ମୃତ ଘୋଷଣା କରାଯାଇଛି । ମୃତ ବ୍ୟକ୍ତି ହେଉଛନ୍ତି ୟଶ୍ ଯାଦବ । ସେ ଜଣେ ବ୍ୟବସାୟୀ । ୟଶ୍ ଓ ତାଙ୍କର ସାନ ପୁଅ ଝିଅଙ୍କର ମୃତ୍ୟୁ ହୋଇଥିବାବେଳେ ତାଙ୍କ ପତ୍ନୀ ଓ ବଡ ପୁଅକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
Views: 46











