The Ultimate Managed Hosting Platform
ADVERTISEMENT

ଦୁବାଇ ବେକରୀରେ କାମ କରୁଥିବା ୩ ତେଲେଙ୍ଗାନା ଯୁବକଙ୍କୁ ଆକ୍ରମଣ

Facebook
Twitter
LinkedIn

ନୂଆଦିଲ୍ଲୀ : ଦୁବାଇରେ କାମ କରୁଥିବା ତେଲଙ୍ଗାନାର ୩ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଫଳରେ ୨ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଦୁବାଇର ଏକ ବେକେରୀ ଦୋକାନରେ ଏଭଳି କାଣ୍ଡ ଘଟିଛି । ତେବେ ଆକ୍ରମଣ ଜଣେ ପାକିସ୍ତାନୀ ନାଗରିକ କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ପାକିସ୍ତାନୀ ଜଣକ ଧାର୍ମିକ ନାରା ଦେଇ ଦୋକାନରେ ପଶି ଆକ୍ରମଣ କରିଥିଲା । ଜଣେ ନିର୍ମଳ ଜିଲ୍ଲାର ସୋଆନ ଗ୍ରାମର ଅଷ୍ଟପୁ ପ୍ରେମସାଗର (୩୫)ଙ୍କୁ ଏପ୍ରିଲ ୧୧ ତାରିଖରେ ହତ୍ୟା କରାଯାଇଥିଲା । ପୀଡିତମାନେ ଦୁବାଇର ଏକ ବେକରୀରେ କାମ କରୁଥିବା ବେଳେ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ପ୍ରେମସାଗର ଗତ ପାଞ୍ଚ-ଛଅ ବର୍ଷ ଧରି ବେକରୀରେ ଚାକିରି କରୁଥିଲେ । ଶେଷ ଥର ପାଇଁ ଦୁଇ ବର୍ଷ ପୂର୍ବରୁ ତାଙ୍କ ପରିବାର ଲୋକଙ୍କୁ ଭେଟିଥିଲେ । ତାଙ୍କ ପାର୍ଥିବ ଶରୀରକୁ ଭାରତ ଆଣିବାରେ ସାହାଯ୍ୟ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି । ଅନ୍ୟ ଜଣେ ହେଲେ ଦ୍ୱିତୀୟ ମୃତକଙ୍କ ନାମ ଶ୍ରୀନିବାସ, ସେ ନିଜାମାବାଦ ଜିଲ୍ଲାର ବାସିନ୍ଦା । ଆକ୍ରମଣରେ ଆହତ ହୋଇଥିବା ତୃତୀୟ ବ୍ୟକ୍ତି ସାଗରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ତାଙ୍କ ପତ୍ନୀ ଭବାନୀ କହିଛନ୍ତି । ତେବେ ଏହି ଘଟଣା ପରେ ସମଗ୍ର ତେଲଙ୍ଗାନାରେ ଶୋକର ଛାୟା ଖେଳିଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login