ନୂଆଦିଲ୍ଲୀ : ମନି ଲଣ୍ଡରିଂ ମାମଲାରେ ଆଜି ପୁଣି ଇଡିରେ ହାଜର ହେବେ ରବର୍ଟ ଭଦ୍ରା । ହରିୟାଣା ଶିଖୋପୁରରେ ଜମି ଚୁକ୍ତି ସଂକ୍ରାନ୍ତ ମନି ଲଣ୍ଡରିଂ ମାମଲାରେ ଆଜି ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେ । ଗତକାଲି ଦୀର୍ଘ ସମୟ ଧରି ଜେରାର ସମ୍ମୁଖୀନ ହୋଇଥିଲେ ବ୍ୟବସାୟୀ। ଇଡି କାର୍ୟ୍ୟାଳୟକୁ ଯିବା ବାଟରେ ସେ ସମନକୁ ବିଜେପି ଦ୍ୱାରା ରାଜନୈତିକ ପ୍ରତିଶୋଧ ବୋଲି କହିଥିଲେ। ଏପ୍ରିଲ ୮ ତାରିଖରେ ଏଜେନ୍ସି ସମ୍ମୁଖରେ ହାଜର ହେବାକୁ କୁହାଯାଇଥିଲା, କିନ୍ତୁ ସେ ସାକ୍ଷ୍ୟ ଦେଇ ନଥିଲେ। ଏହି ମାମଲାରେ ତାଙ୍କୁ ୧୫ ଥର ସମନ ଜାରି ହୋଇଛି। ପ୍ରତିଥର ତାଙ୍କୁ ୧୦ ଘଣ୍ଟାର ଜେରା କରାଯାଉଛି। ଏହି ମାମଲାରେ ୨୩ ହଜାରରୁ ଅଧିକ ନଥି ସଂଗ୍ରହ କରାଯାଇଛି ବୋଲି ରବର୍ଟ କହିଛନ୍ତି ।ସୂଚନା ଅନୁଯାୟୀ , ୨୦୦୭ ମସିହାରେ ହରିୟାଣା ଗୁରୁଗାଁଓସ୍ଥିତ ଶିଖୋପୁର ଗ୍ରାମରେ ଭଦ୍ରାଙ୍କ କମ୍ପାନୀ ସ୍କାଏଲାଇଟ ହସ୍ପିଟାଲିଟି ୩ ଏକର ଜମି କିଣିଥିଲା। ସେତେବେଳେ ତାହାର ମୂଲ୍ୟ ଥିଲା ସାଢେ ୭ କୋଟି। ଏହି ଜମିରେ ଏକ କମର୍ସିଆଲ କଲୋନୀ ନିର୍ମାଣ କରିବା ଲାଗି କମ୍ପାନୀକୁ ଚିଠି କରିଥିଲା ହରିୟାଣା ଟାଉନ ପ୍ଲାନିଂ ବିଭାଗ। ୨୦୦୮ରେ ଏହି ଜମିକୁ ଡିଏଲଏଫରୁ ୫୮ କୋଟି ଟଙ୍କାରେ ବିକିବା ଲାଗି ଏକ ଚୁକ୍ତି ହୋଇଥିଲା। ଭଦ୍ରା ନିର୍ଦ୍ଦେଶକ ଥିବା ଏକ କମ୍ପାନୀ ସ୍କାଏଲାଇଟ୍ ହସ୍ପିଟାଲିଟି ପ୍ରାଇଭେଟ୍ ଲିମିଟେଡ୍ ୨୦୦୭ ମସିହାରେ ହରିୟାଣାର ଗୁରୁଗ୍ରାମରେ ଓଁକାରେଶ୍ୱର ପ୍ରପର୍ଟିଜ୍ ନାମକ ଏକ ଫାର୍ମରୁ ୭.୫ କୋଟି ଟଙ୍କାରେ ୩ ଏକର ଜମି କିଣିଥିଲା।
ମନି ଲଣ୍ଡରିଂ ମାମଲାରେ ଆଜି ପୁଣି ଇଡିରେ ହାଜର ହେବେ ରବର୍ଟ ଭଦ୍ରା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











