ବ୍ୟୁରୋ : ଫ୍ରିଜରେ ଆପଣ ଆହି ସବୁ ଫଳ ରଖୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ । ବର୍ତ୍ତମାନ ଗ୍ରୀଷ୍ମରୁତୁ ଚାଲିଛି । ନିହାତି ଆପଣ ଘରେ ଥିବା ଫ୍ରିଜରେ ବିଭିନ୍ନ ଫଳ ରଖୁଥିବେ । କାହିଁକି ନା ଅତ୍ୟାଧିକ ଗରମ ହୋଇଥିବା କାରଣରୁ ଲୋକମାନେ ବାହାରେ ବୁଲି ନିଜ କାମ ଠିକରେ କରିପାରି ନଥାନ୍ତି । ଏଥି ସହ ଲୋକମାନେ ଏହି ଋତୁରେ ଥଣ୍ଡା ଜିନିଷ ଖାଇବାକୁ ଖୁବ୍ ଭଲ ପାଇଥାନ୍ତି । ଏପରି ସ୍ଥିତିରେ ବହୁତ ଫଳ, ପନିପରିବା ଆଦି ପାଚି ଖରାପ ମଧ୍ୟ ହୋଇଯାଏ । ତେଣୁ ଲୋକମାନେ ପ୍ରିଜରେ ଫଳ ଏବଂ ପନିପରିବାକୁ ସୁରକ୍ଷିତ ରଖିବା ପାଇଁ ଫ୍ରିଜରେ ରଖିଥାଆନ୍ତି । ହେଲେ ଆପଣମାନେ ଜାଣିଛନ୍ତି କି ଫ୍ରିଜରେ କେଉଁ ଫଳ ରଖିବା ଠିକ୍ ଏବଂ କେଉଁ ଫଳ ରଖିବା ଭୁଲ୍ । ତେବେ ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ୍ଣ ତଥ୍ୟ ।
ଆପଣମାନେ ନିଶ୍ଚିତ ଭାବରେ ଫ୍ରିଜରେ ଯାହା ରଖନ୍ତୁ କି ନାହିଁ, କିନ୍ତୁ ଲେମ୍ବୁ ନିହାତି ରଖୁଥିବେ? ଯଦି ଆପଣ ରଖୁଛନ୍ତି ତେବେ ଆପଣଙ୍କର ଏହି ଅଭ୍ୟାସ୍ ତୁରନ୍ତ ବଦାଳନ୍ତୁ, ନଚେତ୍ ଅନେକ ସମସ୍ୟାରେ ସମ୍ମୁଖୀନ ହୋଇପାରନ୍ତି । କମଳା ଏବଂ ଲେମ୍ବୁରେ ସାଇଟ୍ରିକ୍ ଏସିଡ୍ ଥାଏ ଏବଂ ଏପରି ଫଳଗୁଡିକ ଫ୍ରିଜର ଥଣ୍ଡା ସହ୍ୟ କରିପାରେ ନାହିଁ । ଏହି କାରଣରୁ ଏହି ଫଳଗୁଡିକ ଫ୍ରିଜରେ ରଖିବା ଉଚିତ୍ ନୁହେଁ ।
ଯଦି ଆପଣ ତରଭୁଜ ଏବଂ ଖରଭୁଜକୁ ଥଣ୍ଡା ରଖିବା ପାଇଁ ଫ୍ରିଜରେ ରଖନ୍ତି, ତେବେ ଏ ଅଭ୍ୟାସ୍ ଛାଡନ୍ତୁ । ଏହାକୁ ଫ୍ରିଜରେ ରଖିବା ଦ୍ବାରା ଏହା ଶରୀରକୁ ବହୁତ ଶୀଘ୍ର ଖରାପ କରିଥାଏ । ତେବେ ଆପଣ ଏହି ଜିନିଷଗୁଡିକ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ଏଥି ସହ ଜାଣି ରଖନ୍ତୁ ଯେ, ଯଦି ତରଭୁଜ କିମ୍ବା ଖରଭୁଜକୁ କାଟି ଫ୍ରିଜରେ ରଖନ୍ତି, ତେବେ ଏହି ଫଳଗୁଡିକରେ ଥିବା ପୋଷକ ତତ୍ତ୍ବ ନଷ୍ଟ ହୋଇଯାଇପାରେ । ଫ୍ରିଜରେ ରଖାଯାଇଥିବା ତରଭୁଜ କିମ୍ବା ଖରଭୁଜ ଖାଇବା ସ୍ବାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ହେବ ।ଏଥି ସହ ଯଦି ଆପଣ କଳଦୀକୁ ଫ୍ରିଜରେ ରଖନ୍ତି, ତେବେ କଦଳୀ ଚୋପା ଶୀଘ୍ର କଳା ପଡିବା ଆରମ୍ଭ କରିଥାଏ । କଦଳୀକୁ ଫ୍ରିଜରେ ରଖିବା ଦ୍ବାରା ଏହା ଶୀଘ୍ର ନଷ୍ଟ ହୋଇପାରେ । ଏହା ବ୍ୟତୀତ, ଯଦି ଆପଣ ଆମ୍ବ ଫ୍ରିଜରେ ରଖୁଛନ୍ତି ତେବେ ଏହି ଅଭ୍ୟାସ ତୁରନ୍ତ ବଦଳାନ୍ତୁ । କଦଳୀ ଏବଂ ଆମ୍ବକୁ ଆଦୈ ଫ୍ରିଜରେ ରଖନ୍ତୁ ନାହିଁ । ନଚେତ୍ ଭୋଗିବେ ଅନେକ ସମସ୍ୟା ।
ଫ୍ରିଜରେ ରଖୁଛନ୍ତି କି ଏହି ସବୁ ଫଳ? ହୋଇ ଯାଆନ୍ତୁ ସାବଧାନ…..
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











