ନୂଆଦିଲ୍ଲୀ : ଭୁଶୁଡ଼ିଲା ୪ ମହଲା କୋଠା । ଦିଲ୍ଲୀରେ ବଡ଼ ଅଘଟଣ । ଭଗ୍ନାବଶେଷ ତଳେ ୧୨ ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଘଟଣା ସ୍ଥଳରେ ଦମକଳ ଗାଡ଼ି ରହିଛି । ଉଦ୍ଧାର କାର୍ୟ୍ୟ ଜାରି ରହିଛି । ସିଲମପୁର ଇଦଗା ରୋଡରେ ଏହି ଅଘଟଣ ଘଟିଛି । ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ୟ୍ୟ ଜାରି ରହିଛି । ଖବର ମୁତାବକ, ଆଜି ସକାଳ ପ୍ରାୟ ସଢ଼େ ୭ଟା ବେଳେ ଦିଲ୍ଲୀ ୱେଲକମ ଅଞ୍ଚଳରେ ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିଥିଲା । ଏହି ବିଲ୍ଡିଂରେ ଗୋଟିଏ ପରିବାରର ୧୦ ଜଣ ରହୁଥିଲେ । ତେବେ ଭୁଶୁଡ଼ିବା ବେଳେ କେତେ ଜଣ ଥିଲେ ସଂପୂର୍ଣ୍ଣ ସ୍ପଷ୍ଟ ହୋଇନି । ୪ ଜଣଙ୍କୁ ଭଗ୍ନାବଶେଷ ତଳୁ ଉଦ୍ଧାର କରାଯାଇଛି । ଏବେ ବି ୩-୪ ଜଣ ଫସି ରହିଥିବା ଆଶଂକା କରାଯାଉଛି । ରେସକ୍ୟୁ ଅପରେସନ ଜାରି ରହିଛି । ଗଳିଟି ବହୁତ ଛୋଟ ହୋଇଥିବାରୁ ଉଦ୍ଧାର କାର୍ୟ୍ୟରେ ବିଳମ୍ବ ହେଉଛି ।
Views: 95











