ନବରଙ୍ଗପୁର : ବେଷ୍ଟ ସର୍ଜନ ଭାବେ ନବରଙ୍ଗପୁର ଜିଲା ଉମରକୋଟ ଉପଖଣ୍ଡ ଚିକିତ୍ସାଳୟ ର ସ୍ତ୍ରୀ ଓ ପ୍ରସୂତି ବିଭାଗ ର ଡାକ୍ତର ସୁମନ୍ତ ରାଉଳଙ୍କୁ ରାଜ୍ୟ ସରକାର ଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଭୁବନେଶ୍ୱର ର ଜୟଦେବ ଭବନ ଠାରେ ସମ୍ମାନୀତ କରାଯାଇଛି। ବେଷ୍ଟ ସର୍ଜନ ଭାବେ ରାଜ୍ୟର ୧୫ ଜଣ ଡାକ୍ତର ଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ନବରଙ୍ଗପୁର ଜିଲା ପକ୍ଷରୁ ଡାକ୍ତର ସୁମନ୍ତ ରାଉଳ ପଞ୍ଚମ ସ୍ଥାନରେ ରହିଛନ୍ତି ଓ ନବରଙ୍ଗପୁର ଜିଲାରେ ପ୍ରଥମ ସ୍ଥାନରେ ରହି ଉମରକୋଟ, ରାଇଘର, ଝରୀଗାଁ ଚନ୍ଦାହାଣ୍ଡି ବ୍ଲକରେ ସର୍ବାଧିକ ୨୦୨୪-୨୫ ଆର୍ଥିକ ବର୍ଷରେ ୨୩୬୦ ସ୍ତ୍ରୀ ଓ ପୁରୁଷଙ୍କ ପରିବାର କଲ୍ୟାଣ ଅସ୍ତ୍ରୋପଚାର କରି ଡା. ସୁମନ୍ତ ରାଉଳ ଜିଲାରେ ଏହି ପୁରସ୍କାର ପାଇବା ପାଇଁ ଚିନ୍ହଟ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ୟ୍ୟକ୍ରମ ରେ ରାଜ୍ୟ ସରକାର ଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଙ୍କ କରକମଳରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଗର୍ଭବତୀ ମାମାନେ କିପରି ଉନ୍ନତ ସେବା ପାଇବେ ସେଥିପ୍ରତି ଡାକ୍ତର ରାଉଳ ସବୁ ବେଳେ ଯତ୍ନବାନ ରହିଵା ସହ ଅଧିକରୁ ଅଧିକ ସରକାରୀ ସୁବିଧା ପାଇ ପାରିବେ ସେ ଦିଗରେ ଧ୍ୟାନ ଦେବେ ବୋଲି ସୂଚନା ଦେଇଛନ୍ତି। ଡାକ୍ତର ଙ୍କୁ ଏହି ସମ୍ମାନ ପାଇବା ଶୁଣି ଡାକ୍ତରଙ୍କ ଶୁଭ ଚିନ୍ତକଙ୍କ ମହଲରେ ଖୁସି ଦେଖିବାକୁ ମିଳିଛି।ଏହି କାର୍ୟ୍ୟକ୍ରମ ରେ ସ୍ୱାସ୍ଥ୍ୟମନ୍ତ୍ରୀ,ସ୍ୱାସ୍ଥ୍ୟ ବିଭାଗର ସଚିବ ଓ ବିଭିନ୍ନ ଜିଲ୍ଲାରୁ ଆସିଥିବା ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀମାନେ ଉପସ୍ଥିତ ଥିଲେ।
ଡାକ୍ତର ରାଉଳ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞଙ୍କୁ ବେଷ୍ଟ ସର୍ଜନ ଭାବେ ରାଜ୍ୟସ୍ତରରେ ପୁରସ୍କୃତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











