ଭୁବନେଶ୍ୱର : କାରରେ କଳା ରଙ୍ଗର ଫିଲ୍ମ ଲଗାଇଲେ ହେଉଛି କାର୍ଯ୍ୟାନୁଷ୍ଠାନ । ୨୧୪ ଜଣ କାର ମାଲିକଙ୍କ ବିରୁଦ୍ଧରେ ହୋଇଛି ଇ-ଚାଲାଣ । ସେଥିରୁ କେବଳ ଭୁବନେଶ୍ୱରରେ ରହିଛି ୧୬୨ଟି ଗାଡି । ୨୦ଟି ଗାଡି ମାଲିକଙ୍କ ଠାରୁ ୧ ଲକ୍ଷ ଟଙ୍କା ଫାଇନ ଆଦାୟ । ଏ ନେଇ ଗୃହରେ ଉତ୍ତର ରଖିଲେ ନଗର ଉନ୍ନୟନ ମନ୍ତ୍ରୀ । କିଛି ଚାରିଚକିଆ ଗାଡ଼ିରେ କଳାକାଚ ଲଗାଇ ଅପରାଧ ହେଉଥିବା ଅଭିଯୋଗ ଆସିବା ପରେ ସରକାର ଆକ୍ସନମୋଡ଼କୁ ଆସିଛନ୍ତି । ଏନେଇ ସରକାର କଳାକାଚ ଲାଗିଥିବା ସମସ୍ତ ଚାରିଚକିଆ ଗାଡ଼ିକୁ ଅଟକାଇ ଦଣ୍ଡିତ କରିବାକୁ ଟ୍ରାଫିକ୍ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ଟ୍ରାଫିକ ତରଫରୁ କାର୍ୟ୍ୟାନୁଷ୍ଠାନ ଜୋରଦାର ହେଉଛି ।
Views: 54











