ନୂଆଦିଲ୍ଲୀ : ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାଇଁ ଗୁଜରାଟ ୨ ଦିନିଆ ଗସ୍ତରେ ରହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ଆଜି ଗାନ୍ଧୀ ନଗରରେ ବିଶାଳ ରୋଡ ଶୋ କରିଛନ୍ତି । ଅପରେସନ ସିନ୍ଦୂରର ସଫଳତା କହିବା ସହ ସେନାର ପ୍ରଂଶସା କରିଛନ୍ତି । ଗୁଜରାଟରୁ ପୁଣି ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ମୋଦି । ମୋଦି କହିଛନ୍ତି, ଆକ୍ରମଣ ଛୋଟ ହେଉ କି ବଡ ସବୁ ଆକ୍ରମଣର ମୁହଁତୋଡ ଜବାବ ଦିଆଯିବ । ପ୍ରଧାନମନ୍ତ୍ରୀ ଆଜି ଗୁଜରାଟ ନଗର ଉନ୍ନୟନର ୨୦ ତମ ବାର୍ଷିକୀ ସମାରୋହରେ ଅଂଶଗ୍ରହଣ କରିଥିଲେ । ଗାନ୍ଧୀନଗରରେ ବିଭିନ୍ନ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନକୁ ଉଚିତ ଜବାବ ଦେଇ କହିଥିଲେ ଯେ ଏହା ଏକ ପ୍ରକ୍ସି ଯୁଦ୍ଧ ନୁହେଁ, ତୁମେ ପ୍ରକୃତରେ ଯୁଦ୍ଧ କରୁଛ । ଆତଙ୍କବାଦୀମାନଙ୍କୁ ରାଷ୍ଟ୍ରୀୟ ସମ୍ମାନ ଦେଉଛି ପାକିସ୍ତାନ । ଦେଶବାସୀଙ୍କୁ ଅପିଲ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଅପରେସନ ସିନ୍ଦୂର ପାଇଁଦେଶର ପ୍ରତ୍ୟେକ ନାଗରିକଙ୍କୁ ଏକ କାମ କରିବାକୁ ହେବ । ଆପଣମାନେ ଘରକୁ ଯାଇ ଏକ ତାଲିକା ପ୍ରସ୍ତୁତ କରନ୍ତୁ । ସକାଳୁ ସନ୍ଧ୍ୟା ଯାଏଁ କେଉଁ ବିଦେଶୀ ଜିନିଷକୁ ବ୍ୟବହାର କରୁଛନ୍ତି, ତାହାର ତାଲିକା କରନ୍ତୁ । ଘରେ ହେୟାରପିନ୍, ଟୁଥପିକ୍ ମଧ୍ୟ ବିଦେଶୀ । ଆମକୁ ଦେଶକୁ ବଞ୍ଚାଇବାକୁ ହେବ, ଦେଶକୁ ପ୍ରସ୍ତୁତ କରିବାକୁ ହେବ । ଅପରେସନ ସିନ୍ଦୂର ସୈନିକଙ୍କ ଦାୟିତ୍ବ ନୁହେଁ, ୧୪୦ କୋଟି ଦେଶବାସୀଙ୍କ ଦାୟିତ୍ବ ମଧ୍ୟ । ତେଣୁ ବିଦେଶୀ ଜିନିଷ ଉପରେ ନିର୍ଭର କରନ୍ତୁ ନାହିଁ । ନିଜର ବ୍ରାଣ୍ଡ ମେଡ ଇନ୍ ଇଣ୍ଡିଆ ଉପରେ ଗର୍ବ କରିବା ଉଚିତ । ଆତଙ୍କୀ କାର୍ୟ୍ୟକଳାପର ସାମାନ୍ୟ ସୁରାକ ମିଳିବା ମାତ୍ରକେ ବଡ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଗୁଜୁରାଟରୁ ମୋଦୀଙ୍କ ଚେତାବନୀ, ବିଦେଶୀ ଜିନିଷ ବ୍ୟବହାର ନ କରିବାକୁ ଅପିଲ
Facebook
Twitter
LinkedIn
Facebook
Twitter
LinkedIn
Recent News
ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ
ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...
ଛାଡପତ୍ର ପରେ ଦ୍ୱିତୀୟ ବିବାହ କଲେ ସମନ୍ଥା
ବ୍ୟୁରୋ : ଛାଡପତ୍ରର ୪ ବର୍ଷ ପରେ ଅଭିନେତ୍ରୀ ସମନ୍ଥା ଦେଲେ ଖୁସି ଖବର ।ପ୍ରେମିକ ରାଜଙ୍କୁ କଲେ ଦ୍ୱୀତାୟ ବିବାହ । ଏନେଇ ସୋସିଆଲ ମିଡିଆରେ...
ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ
ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...
କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...











