ନୂଆଦିଲ୍ଲୀ : ବିଜେପିରୁ ୨ ବିଧାୟକ ବହିଷ୍କୃତ । ଭାରତୀୟ ଜନତା ପାର୍ଟି ବଡ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି । କର୍ଣ୍ଣାଟକର ନିଜର ଦୁଇ ବିଧାୟକ ଏସଟି ସୋମଶେଖର ଏବଂ ଏ ଶିବରାମ ହେବାରଙ୍କୁ ଛଅ ବର୍ଷ ପାଇଁ ଦଳରୁ ବହିଷ୍କାର କରିଛି ବିଜେପି । ରିପୋର୍ଟ ମୁତାବକ, ବିଜେପିର କର୍ଣ୍ଣାଟକ ଇକାଇର ଅଧ୍ୟକ୍ଷ ବି ୱାଇ ବିଜୟେନ୍ଦ୍ର କହିଛନ୍ତି ଯେ, ଦୁଇ ବିଧାୟକଙ୍କୁ ସେମାନଙ୍କ ପାର୍ଟି ବିରୋଧି କାର୍ୟ୍ୟକଳାପ କାରଣଗୁଡ଼ିକ ପାଇଁ ବହିଷ୍କାର କରାଯାଇଛି । ବିଜେପି ଦୀର୍ଘ ବିଚାର-ବିମର୍ଶ କରିବା ପରେ ନିଷ୍ପତ୍ତି ନିଆଯାଇଛି । ଏସଟି ସୋମଶେଖର କର୍ଣ୍ଣାଟକ ବିଧାନସଭାରୁ ଯଶବନ୍ତପୁରର ପ୍ରତିନିଧିତ୍ବ କରୁଥିବା ବେଳେ ଏ ଶିବରାମ ହେବ୍ବାର ୟେଲ୍ଲାପୁରର ପ୍ରାର୍ଥୀ ରହିଥିଲେ । ପାର୍ଟିର କେନ୍ଦ୍ରୀୟ ଅନୁଶାସନ ସମିତି ସଦସ୍ୟ ସଚିବ ଓମ ପାଠକ ହେବ୍ବାର ଅଧିକାରୀଙ୍କୁ ଚିଠି ପଠାଇଥିଲେ । ଏହି ପଦକ୍ଷେପ ପାର୍ଟିର ଅନୁଶାସନ ବାରମ୍ବାର ଉଲ୍ଲଙ୍ଘନ କରିବା ଯୋଗୁଁ ଦଳରୁ ବହିଷ୍କାର କରାଯାଇଛି । ଏହାସହିତ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇବାକୁ କୁହାଯାଇଛି ।
ବିଜେପିରୁ ୨ ବିଧାୟକ ବହିଷ୍କୃତ , ଦଳ ବିରୋଧୀ କାର୍ଯ୍ୟକଳାପରେ ଥିଲେ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











